
କେନ୍ଦ୍ରାପଡା, 07 ଏପ୍ରିଲ୍ (ହି.ସ.)କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ କେଶପୁର ଗ୍ରାମର ଆରାଧ୍ୟ ଦେବୀ ମା’ ବୁଢୀ କଣ୍ଠେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତା ଭାବେ ଜୀବୁନ୍ଦ୍ର ରଥ, ୨ଦିନ ବ୍ୟାପୀ ଭଜନ ସଂନ୍ଧ୍ୟା, ପ୍ରବଚନ, କାଳୀ ମାକୁ ଦୂରୀଭୁତ କରି ସତ୍ୟ, ଧର୍ମ ଉଦୟ ବଳରେ, ଅନ୍ଧକୁ ଚକ୍ଷୁ, ଛୋଟାକୁ ଆଶା ବାଡି ସୁଦୃଢ କରି ଦେଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗଜଲକ୍ଷ୍ମୀ କମିଟିର ଭାବଗ୍ରାହୀ ବେହେରାଙ୍କ ନିର୍ଦ୍ଦେଶନାରେ ନରହରି ରାଉଳ, ପ୍ରସନ୍ନ କୁମାର ମହାନ୍ତି, ନବ କିଶୋରଦାସ, ସନ୍ତୋଷ କୁମାର ପାତ୍ରଙ୍କ ସମେତ ସ୍ତାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି