
ପୁରୀ, ୭ ଏପ୍ରିଲ୍ (ହି.ସ.)- ତିନିଦିନ ଧରି କାଳବୈଶାଖୀରେ ଝଡବର୍ଷା ଲାଗି ରହିଛି । ବଡଦାଣ୍ଡରେ ଲୁହା ବ୍ଯାରିକେଡ ଘୋଡ଼ଲାଗି ଥୁଆ ହୋଇଛି ପବନ ଯୋର ହେଲେ ଏହି ବ୍ଯାରିକେଡ ଲେଉଟି ଯାଉଛି । ଯାହାଫଳରେ ପର୍ଯ୍ୟଟକ ତୀର୍ଥଯାତ୍ରୀ ଓ ବାଇକ ଆରୋହୀ ବିପଦରେ ପଡୁଛନ୍ତି । କାର ଓ ଅଟୋ ବ୍ଯାରିକେଡର ଗ୍ଯାପରେ ପାର ହେବା ବେଳେ ଏହି ବ୍ଯାରିକେଡ ପଡି ଅଟୋ ଓ ବାଇକ ଦୁର୍ଘଟଣାଗ୍ରସ୍ତ ହେଉଛି । ବଡଦାଣ୍ଡର ମଝିରେ ଏହି ଲୁହା ବ୍ଯାରିକେଡ ଥୁଆ ହୋଇଛି । ବ୍ଯାରିକେଡ ପଡି ଯଦି କେହି ମୃତ୍ଯୁବରଣ କରେ ତେବେ କିଏ ଦାୟୀ ହେବ ବୋଲି ସହରରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ