ବ୍ରାଇଟ୍ ଫିୟୁଚର ପବ୍ଲିକ ସ୍କୁଲ ଉଦ୍ଘାଟିତ
ଧର୍ମଶାଳା, ୭ ଏପ୍ରିଲ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ନୂତନ ଶିକ୍ଷାନୁଷ୍ଠାନ ଭାବେ ବ୍ରାଇଟ୍ ଫିୟୁଚର ପବ୍ଲିକ ସ୍କୁଲ ପ୍ରତିଷ୍ଠା ଲାଭ କରିଛି । ଏହି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ କୋଠିଡିହଠାରେ ଆନୁଷ୍ଠାନିକଭାବେ ପୂଜାର୍ଚ୍ଚନା ପରେ ଉଦ୍ଘାଟିତ ହୋଇଯାଇଛି । ଶିକ୍ଷାବିତ୍ ସୁନନ୍ଦ ନା
ବ୍ରାଇଟ୍ ଫିୟୁଚର ପବ୍ଲିକ ସ୍କୁଲ ଉଦ୍ଘାଟିତ


ଧର୍ମଶାଳା, ୭ ଏପ୍ରିଲ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ନୂତନ ଶିକ୍ଷାନୁଷ୍ଠାନ ଭାବେ ବ୍ରାଇଟ୍ ଫିୟୁଚର ପବ୍ଲିକ ସ୍କୁଲ ପ୍ରତିଷ୍ଠା ଲାଭ କରିଛି । ଏହି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ କୋଠିଡିହଠାରେ ଆନୁଷ୍ଠାନିକଭାବେ ପୂଜାର୍ଚ୍ଚନା ପରେ ଉଦ୍ଘାଟିତ ହୋଇଯାଇଛି । ଶିକ୍ଷାବିତ୍ ସୁନନ୍ଦ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନା ଓ ସମ୍ମାନୀତ ଅତିଥିଭାବେ ପ୍ରାକ୍ତନଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ନୂତନ ସ୍କୁଲକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ନାୟକ, ମଧୁସୂଦନ ନାୟକ, କୃପାସିନ୍ଧୁ ନାୟକ, ରାଜକିଶୋର ନାୟକ, ଗୌରାଙ୍ଗ ତରାଇ ହେମନ୍ତ କୁମାର ନାୟକ, ନିରଞ୍ଜନ ସାହୁ, ଆଶାତୁନ ବିବିଙ୍କ ସମେତ ଗ୍ରାମର ବରିଷ୍ଠ ମୁରବୀ ଉପସ୍ଥିତ ଥିଲେ । ସ୍କୁଲର ଚେୟାରମମ୍ୟାନ ଧିରେନ କୁମାର ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷାକର୍ମୀଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍କୁଲରେ ଶିଶୁବାଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପ୍ରଥମ ଦିବସରେ ଶିଶୁବାଟିକାରେ ୨୦ରୁ ଉର୍ଧ୍ୱ କୋମଳମତି ଶିଶୁ ସେମାନଙ୍କ ନାମ ଲେଖାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande