ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ୭୮ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସଂଯୁକ୍ତ ବିଭାଗ ସହ କାର୍ଯ୍ୟ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର, ବିଏମ୍ ସି ଷ୍ଟାଣ୍ଡିଂ
djutk


ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ୭୮ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସଂଯୁକ୍ତ ବିଭାଗ ସହ କାର୍ଯ୍ୟ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର, ବିଏମ୍ ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଅଧ୍ୟକ୍ଷା, କର୍ପୋରେଟର ଓ ବରିଷ୍ଠ ଅଧିକାରୀଙ୍କ ସହ ବିଡିଏ, ପୂର୍ତ ବିଭାଗ, ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଗୃହ ବିଭାଗ, ପର୍ଯ୍ୟଟନ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କମିଶନରେଟ ପୋଲିସ, ଟ୍ରାଫିକ୍ ପୋଲିସ, ଅଗ୍ନିଶମ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ୱାଟକୋ, ଟିପିସିଓଡିଏଲ୍, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଆଦିର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇଥିଲେ । ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜଧାନୀ ପ୍ରତିଷ୍ଠା ଦିବସକୁ ମହାଆଡସମ୍ବର ସହକାରେ ପାଳନ କରିବା ପାଇଁ ସଂଯୁକ୍ତ ବିଭାଗଗୁଡିକୁ ଦାୟିତ୍ୱ ବଂଟନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande