
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତର ପରମାଣୁ
ଉର୍ଜା କ୍ଷେତ୍ରରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ପ୍ରଶଂସା କରି ଏହାକୁ ଐତିହାସିକ ଉପଲବ୍ଧି
ବୋଲି କହିଛନ୍ତି ।
ସୋସିଆଲ୍ ମିଡିଆରେ ନିଜ ବାର୍ତ୍ତାରେ ସେ ଏହି ସଫଳତାର ଶ୍ରେୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ଦେଇଛନ୍ତି। ସେ କହିଛନ୍ତି ଯେ, କଳ୍ପକ୍କମରେ
ଅବସ୍ଥିତ ପ୍ରୋଟୋଟାଇପ ଫାଷ୍ଟ ବ୍ରିଡର୍ ରିଆକ୍ଟର (ପିଏଫବିଆର୍)ରେ ପ୍ରଥମଥର ପାଇଁ
କ୍ରିଟିକାଲିଟି ହାସଲ କରିବା ଦେଶର ଉର୍ଜା ଯାତ୍ରାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ।
ମୁଖ୍ୟମନ୍ତ୍ରୀ ଏହାକୁ ଭାରତର ବୈଜ୍ଞାନିକ କୌଶଳ ଏବଂ ଉନ୍ନତ ପରମାଣୁ
ପ୍ରଯୁକ୍ତିରେ ପାରଦର୍ଶିତା ଲାଭ କରିବାର ରଣନୀତିଗତ ଦୂରଦର୍ଶିତାର ପ୍ରମାଣ ବୋଲି କହିଛନ୍ତି। ସେ
କହିଛନ୍ତି ଯେ, ଏହି ସଫଳତା
ଥୋରିୟମ୍ ଆଧାରିତ ଉର୍ଜାର ବିଶାଳ ସମ୍ଭାବନାକୁ ସାକାର କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ
ପଦକ୍ଷେପ, ଯାହା ଦେଶକୁ
ଦୀର୍ଘକାଳୀନ ଉର୍ଜା ସୁରକ୍ଷା ଏବଂ ଆତ୍ମନିର୍ଭରତା ଦେଇପାରିବ।
ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ସଫଳତା ଭାରତକୁ ବିଶ୍ୱସ୍ତରରେ ସ୍ୱଚ୍ଛ ଉର୍ଜା
କ୍ଷେତ୍ରରେ ଅଗ୍ରଣୀ ଦେଶ ଭାବେ ପରିଚିତ କରିବାରେ ସାହାଯ୍ୟ କରିବ।
ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ସଫଳତାକୁ ସମ୍ଭବ କରିଥିବା ସମସ୍ତ
ବୈଜ୍ଞାନିକ, ଇଞ୍ଜିନିୟର ଏବଂ
ସମ୍ପୃକ୍ତ ହିତଧାରୀମାନଙ୍କୁ ତାଙ୍କର କଠିନ ପରିଶ୍ରମ ଓ ସମର୍ପଣ ପାଇଁ ଅନ୍ତରିକ ଅଭିନନ୍ଦନ
ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା