
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ, ସୁସ୍ଥ ଓଡ଼ିଶା ଗଠନ
ପଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ ଆମେ ସାମୁହିକ ଭାବେ ଏକ ସୁସ୍ଥ ଓଡ଼ିଶା ଗଠନ
ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଇବା ।
ଆମ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଢାଞ୍ଚାକୁ ମଜବୁତ କରିବା, ଶସ୍ତା ଏବଂ
ଗୁଣାତ୍ମକ ଚିକିତ୍ସା ସେବାକୁ ସମସ୍ତଙ୍କ ପହଞ୍ଚରେ ଆଣିବା ସହିତ ପ୍ରତିରୋଧମୂଳକ ଚିକିତ୍ସାକୁ
ପ୍ରୋତ୍ସାହନ ଦେଇଆସୁଛି।
ଆସନ୍ତୁ ଆମେ ସମସ୍ତେ ମିଶି ଏକ ଶକ୍ତିଶାଳୀ ଏବଂ ସହନଶୀଳ ଓଡ଼ିଶା ଗଠନ
କରିବା, ଯେଉଁଠାରେ
ପ୍ରତ୍ୟେକ ନାଗରିକ ସୁସ୍ଥ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବ୍ୟତୀତ କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା