ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ବୈଠକ, ଯାଜପୁରରେ ବିଜେଡି ମଜବୁତ ଅଛି- ବରି ବିଧାୟକ
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ନେତା ଏକାଠି ହୋଇଛନ୍ତି । ଭଦ୍ରକର ମଣ୍ଡଳ ଦମ୍ପତିଙ୍କୁ ଦଳରୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବଡ଼ ବୈଠକ ବସିଛି । ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ
ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ବୈଠକ, ଯାଜପୁରରେ     ବିଜେଡି ମଜବୁତ ଅଛି- ବରି ବିଧାୟକ


ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ନେତା

ଏକାଠି ହୋଇଛନ୍ତି । ଭଦ୍ରକର ମଣ୍ଡଳ ଦମ୍ପତିଙ୍କୁ ଦଳରୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ

ବଡ଼ ବୈଠକ ବସିଛି ।

ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ପ୍ରଣବ ପ୍ରକାଶ ଦାସ, ଶର୍ମିଷ୍ଠା ସେଠୀ, ବରି ବିଧାୟକ ବିଶ୍ବ

ରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା

ସୁଜାତା ସାହୁ, ସୁକିନ୍ଦା ପୂର୍ବତନ

ବିଧାୟକ ପ୍ରୀତି ରଞ୍ଜନ ଘଡାଇ,

ଧର୍ମଶାଳା ପୂର୍ବତନ

ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ହୋଇଥିଲେ।

ତେବେ ବୈଠକ ପରେ ବିଧାନସଭା

ଚାଲି ଥିବାରୁ ସବୁ ଯାଜପୁର ନେତା ଏକାଠି ବସି ପାରୁ ନଥିଲେ । ପ୍ରତି ମାସ ଏପରି ବୈଠକ ବସେ ।

ସଂଗଠନ ନେଇ ଆଲୋଚନା ହେଲା । ଯାଜପୁରରେ ବିଜେଡି ମଜବୁତ ଅଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତା

ନିଲମ୍ବନ ହେଉଛନ୍ତି । ଯାହା ଦଳକୁ ଶକ୍ତିଶାଳୀ କରୁଛି । ଲୋକେ ବିଜେପି ଉପରୁ ମୁହଁ ଫେରାଇଲେଣି

। ସରକାର କେମିତି ଚାଲିବ, ସେ ଦିଗରେ ବିଜେପି

ଧ୍ୟାନ ଦେଉ । ତଳ ସ୍ତରର ଟାଉଟର ଓ ଦଲାଲଙ୍କୁ ବିଜେପିରେ ସାମିଲ କଲେ କିଛି ଲାଭ ହେବ ନାହିଁ

ବୋଲି ବରି ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande