ଜଣେ ଅଧିକାରୀ ଓ ୩ ଜଣ କନେଷ୍ଟବଳଙ୍କୁ ନେଇ ଚାଲିଛି ବ୍ରହ୍ମବରଦା ଥାନା
ଧର୍ମଶାଳା, ୭ ଏପ୍ରିଲ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଏକ ଅତି ସମ୍ବେଦଳଶୀଳ ଅଂଚଳ ଭାବେ ବେଶ୍ ଜଣାଶୁଣା । ଏହି ଅଂଚଳରେ ବହୁ ପରିବାର ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ । ଏପରିକି ଅନେକ ସମୟରେ ସାମାନ୍ୟ କଥାକୁ ନେଇ ବଡ ବଡ ଘଟଣାରେ ପରିଣତ ହୋଇଥିବା ନଜିର ରହିଛି । ଏହାକୁ
ହଁ ନାହିଁରେ ଚାଲିଛି  ବ୍ରହ୍ମବରଦା ଥାନା


ଧର୍ମଶାଳା, ୭ ଏପ୍ରିଲ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଏକ ଅତି ସମ୍ବେଦଳଶୀଳ ଅଂଚଳ ଭାବେ ବେଶ୍ ଜଣାଶୁଣା । ଏହି ଅଂଚଳରେ ବହୁ ପରିବାର ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ । ଏପରିକି ଅନେକ ସମୟରେ ସାମାନ୍ୟ କଥାକୁ ନେଇ ବଡ ବଡ ଘଟଣାରେ ପରିଣତ ହୋଇଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମବରଦା ଠାରେ ଧର୍ମଶାଳା ଥାନା ଅଧିନରେ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ ହୋଇପଡିଥିଲା । କିଛି ବର୍ଷ ବ୍ୟବଧାନ ପରେ ବ୍ରହ୍ମବରଦା ଫାଣ୍ଡିକୁ ଥାନାର ମାନ୍ୟତା ଦେବାକୁ ବିଭିନ୍ନ ମହଲରୁ ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା । ତେବେ ୨୦୨୩ ମସିହାରେ ବ୍ରହ୍ମବରଦା ଫାଣ୍ଡିକୁ ଥାନାର ମାନ୍ୟତା ମିଳିଥିଲା । ଏହି ଥାନା ଏବେ ଅତି ଦୟନୀୟ ଅବସ୍ଥାରେ ଚାଲିଛି । ନିକଟରେ ଜଣେ ଏଏସଆଇଙ୍କ ସମେତ ୨ ଜଣ କନେଷ୍ଟବଳ କାର୍ଯ୍ୟରେ ଅବହେଳା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ସେମାନଙ୍କୁ ନିଳମ୍ବିତ କରିଥିଲେ । ସେପଟେ ୨ ଜଣ କାର୍ଯ୍ୟରତ ଏଏସ୍ଆଇ ଛୁଟିରେ ଯାଇଥିବା ବେଳେ ଏବେ ଜଣେ ଥାନା ଅଧିକାରୀଙ୍କ ସମେତ ୩ ଜଣ କନେଷ୍ଟବଳଙ୍କ ଦ୍ୱାରା ଥାନା ପରିଚାଳିତ ହେଉଛି । ଯାହାକି ଏବେ ଅଂଚଳରେ ଆଇନଶୃଙ୍ଖଲା ବିପର୍ଯ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଥାନା ଅଧିନରେ ରସୁଲପୁର, ଧର୍ମଶାଳା ଓ ଯାଜପୁର ବ୍ଲକର ମୋଟ୍ ୯ ଗୋଟି ପଂଚାୟତ ରହିଛି । ରସୁଲପୁର ବ୍ଲକର ବ୍ରହ୍ମବରଦା, ମହେଶ୍ୱରପୁର, ବନ୍ଧଡିହ, ମଙ୍ଗରାଜପୁର, ଅର୍ଥଙ୍ଗା ଓ ରାଉତରାପୁର, ଯାଜପୁର ବ୍ଲକର ଝାଲପଡା ଓ ରୁଦ୍ରପୁର ଓ ଧର୍ମଶାଳା ବ୍ଳକର ମଙ୍ଗଳପୁର ପଂଚାୟତ ରହିଛି । ନିୟମ ଅନୁଯାୟୀ, ଥାନାରେ ଜଣେ ଅଧିକାରୀଙ୍କ ସମେତ ୨ ଜଣ ଏସ୍ଆଇ, ୪ ଜଣ ଏଏସ୍ଆଇ, ଜଣେ ହାବିଲଦାର ଓ ୧୨ ଜଣ କନେଷ୍ଟବଳଙ୍କର ଆବଶ୍ୟକତା ରହିଛି । ହେଲେ ଏବେ ଜଣେ ଅଧିକାରୀଙ୍କ ସମେତ ୩ ଜଣ କନେଷ୍ଟବଳଙ୍କ ଦ୍ୱାରା ଚାଲିଛି ଥାନା । ଏହି ବ୍ରହ୍ମବରଦା ଅଂଚଳ ଜିଲାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ବଡଚଣା, ଧର୍ମଶାଳା, ବରୀ, ଯାଜପୁର ଓ ରସୁଲପୁର ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶହଶହ ଜନସାଧାରଣ ଭିନ୍ନଭିନ୍ନ କାରଣ ନେଇ ଆସିଥାନ୍ତି । ସେପେଟ ସ୍କୁଲ କଲେଜ ଓ ଘରୋଇ ସ୍କୁଲ, ସାପ୍ତାହିକ ହାଟ ଓ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ ଓ ୨ଟି ଋଣ ବନ୍ଧନ ବ୍ୟାଙ୍କ ରହିଛି । ଯାହାକି ୪ ଜଣଙ୍କ ପକ୍ଷେ ଏହି ସବୁ ଅଂଚଳକୁ ଚଲାଇବା କଷ୍ଟକର ହୋଇପଡିଛି । ଏହି ବ୍ରହ୍ମବରଦା ଅଂଚଳ ଏବେ ଦୁର୍ଘଟଣାର ଜୋନ ପାଲଟିଛି । ପ୍ରତିଦିନ କିଛିନା କିଛି ଛୋଟବଡ ଦୃର୍ଘଟଣାମାନ ଘଟୁଛି । ଏପରିକି ସବୁଦିନ ପାରିବାରିକ ହିଂସା ମାମଲା ଥାନାକୁ ଆସୁଛି । ରାତିରେ ପାଟ୍ରୋଲିଂ କରିବା କଷ୍ଟକର ହୋଇପଡୁଛି । ଯାହାକି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ସେପଟେ ମାସକୁ ୨୦ରୁ ଉର୍ଧ୍ଵ ମାମଲା ରୁଜୁ ହେଉଥିବା ବେଳେ ଅନେକ ମାମଲା ଆପୋଷ ସମାଧାନ ହେଉଛି । ଆସାମୀମାନଙ୍କୁ ଧରିବା ଏବେ କଷ୍ଟକର ବ୍ୟାପାର ହୋଇପଡିଛି । ତେବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପୂର୍ବରୁ ଏହି ଥାନାରେ ଆବଶ୍ୟକ ମୁତାବକ କର୍ମଚାରୀ ଯୋଗାଇ ଦେବା ଜରୁରୀ ହୋଇପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande