
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ
କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା
କହିଛନ୍ତି ଯେ, ମହାନ ଓଡ଼ିଶୀ ନୃତ୍ୟଗୁରୁ 'ପଦ୍ମବିଭୂଷଣ' ଗୁରୁ କେଳୁଚରଣ
ମହାପାତ୍ରଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ଓଡ଼ିଶୀ ନୃତ୍ୟକୁ
ଲୋକପ୍ରିୟ କରାଇବାରେ ତାଙ୍କ ଭୂମିକା ଅତୁଳନୀୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା