
ଭୁବନେଶ୍ୱର, 07 ଏପ୍ରିଲ୍ (ହି.ସ.)- ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା
ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ
ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି।
ଭୁବନେଶ୍ୱର ବିମାନବନ୍ଦରରେ ପାରମ୍ପରିକ ଢୋଲ, ବାଜା ବଜାଇ ଅପେକ୍ଷା କରିଛନ୍ତି ରାଜ୍ୟ ସଭାପତିଙ୍କୁ
ସ୍ୱାଗତ କରିଛନ୍ତି କର୍ମୀ |
ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସାଂସଦ ତଥା ରାଜ୍ୟ
ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁ
ଦାୟିତ୍ବ ଦିଆଯାଇଛି ନିଷ୍ଠାର ସହ କାମ କରିବି ।
ଓଡିଶାକୁ ସମୃଦ୍ଧ ଓ ଯଶସ୍ବୀ କରିବାକୁ କାର୍ଯ୍ୟ କରିବି ବୋଲି ମନମୋହନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା