
ଭୁବନ, ୭ ଅପ୍ରେଲ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଡେଇରଗଡା ଅଙ୍ଗନବାଡି କେନ୍ଦ୍ରର କର୍ମୀ ନିରୂପମା ଦେହୁରୀ, କୁସୁମଗୋଠ ଅଙ୍ଗନବାଡି କେନ୍ଦ୍ରର କର୍ମୀ ରଇବାରୀ ହାଇବ୍ରୁ, କୋଚିଳାବାଙ୍କ ଅଙ୍ଗନବାଡି କେନ୍ଦ୍ର କର୍ମୀ ବୁଦୁନି ହେସା, ପରିଚାଳନା କମିଟି ସଦସ୍ୟା ଚନ୍ଦନୀ ଦେହୁରୀ, ଜୟମୁନୀ ଦେହୁରୀ, ଶିକ୍ଷକ ଅଶୋକ କୁମାର ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଶୌଚାଳୟ ବ୍ୟବହାର, ଖାଇବା ପୂର୍ବରୁ ଓ ପରେ ସାବୁନରେ ହାତ ଧୋଇବା, ପରିଷ୍କାର ପୋଷାକ ପିନ୍ଧିବା, ଜୀବାଣୁ ମୁକ୍ତ ଜଳ ପିଇବା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଥିଲା। ଶେଷରେ ସ୍ବାସ୍ଥ୍ୟ ସମ୍ପର୍କୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ