ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସୁସ୍ଥ ସମାଜ ନିର୍ମାଣ ପାଇଁ ପିଏମ ମୋଦିଙ୍କ ଆହ୍ୱାନ
ନୂଆଦିଲ୍ଲୀ, ୦୭ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସୁସ୍ଥ ସମାଜ ଗଠନ ପ୍ରତି ନିଜ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ସେ ସମସ୍ତ ବ୍ୟକ୍ତିଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି,
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସୁସ୍ଥ ସମାଜ ନିର୍ମାଣ ପାଇଁ ପିଏମ     ମୋଦିଙ୍କ ଆହ୍ୱାନ


ନୂଆଦିଲ୍ଲୀ, ୦୭ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ

ସ୍ୱାସ୍ଥ୍ୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସୁସ୍ଥ ସମାଜ ଗଠନ ପ୍ରତି ନିଜ

ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ସେ ସମସ୍ତ ବ୍ୟକ୍ତିଙ୍କ ପ୍ରତି ଗଭୀର କୃତଜ୍ଞତା

ଜଣାଇଛନ୍ତି, ଯେଉଁମାନେ

ଅନ୍ୟମାନଙ୍କ ସେବାରେ ଅଥକ ପରିଶ୍ରମ କରୁଛନ୍ତି ଏବଂ ଏକ ସୁସ୍ଥ ପୃଥିବୀ ପାଇଁ କାମ କରୁଛନ୍ତି।

ସେ କହିଛନ୍ତି ଯେ, ଏକ ଶକ୍ତିଶାଳୀ ଓ

ସଶକ୍ତ ରାଷ୍ଟ୍ର ପାଇଁ ସ୍ୱସ୍ଥ ନାଗରିକ ଅତ୍ୟନ୍ତ ଆବଶ୍ୟକ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ଦିଗରେ ସାମୁହିକ ପ୍ରୟାସ କରିବାକୁ

ଆହ୍ୱାନ କରିଛନ୍ତି। ସେ ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କହି

ଦେଶକୁ ସୁସ୍ଥ କରିବା ପାଇଁ ସମସ୍ତ ସ୍ତରରେ ନିରନ୍ତର କାମ କରିବାର ଆବଶ୍ୟକତା ଉଲ୍ଲେଖ

କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ବାର୍ତ୍ତାରେ ନାଗରିକମାନଙ୍କୁ ଶାରୀରିକ

ଭାବେ ସକ୍ରିୟ ରହିବାକୁ ପ୍ରେରିତ କରିଛନ୍ତି। ସେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରି

କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି

ନିଜ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସମ୍ଭବ ସମସ୍ତ ପ୍ରୟାସ କରିବା ଉଚିତ।

ଏହି ଅବସରରେ ସେ ଶାରୀରିକ ବ୍ୟାୟାମର ଗୁରୁତ୍ୱ ଦର୍ଶାଉଥିବା ଏକ

ସଂସ୍କୃତ ସୁଭାଷିତ ମଧ୍ୟ ସେୟାର କରିଥିଲେ—

“ଲଘୁଂ କର୍ମସାମର୍ଥ୍ୟଂ ଦୀପ୍ତୋऽଗ୍ନିର୍ମେଦସଃ କ୍ଷୟଃ।

ବିଭକ୍ତଘନଗାତ୍ରତ୍ୱଂ ବ୍ୟାୟାମଦୁପଜାୟତେ॥”

ପ୍ରଧାନମନ୍ତ୍ରୀ ଏହି ଶ୍ଲୋକ ମାଧ୍ୟମରେ କହିଛନ୍ତି ଯେ, ନିୟମିତ ବ୍ୟାୟାମ

କରିଲେ କାର୍ଯ୍ୟକ୍ଷମତା ବଢ଼େ,

ପାଚନ କ୍ରିୟା ଭଲ

ହୁଏ, ମୋଟାପଣ କମେ ଏବଂ

ଶରୀର ଶକ୍ତିଶାଳୀ ଓ ସୁଢଳ ହୁଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande