
କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ଦୁହୁରିଆ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦଳୀୟ ପତାକା ଉତୋଳନ କରାଯାଇ ସମବେତ “ବନ୍ଦେ ମାତରମ୍” ଗାନ କରା ଯାଇଥିଲା। ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ବହୁ କାର୍ଯ୍ୟକର୍ତାଙ୍କ ସମେତ ଦଳୀୟ ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ବିଜେପି ନେତା ପ୍ରଫେସର ଭୁବନ ମୋହନ ଜେନା ଓ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ନେତ୍ରୀ ଗୀତାଞ୍ଜଳୀ ସେଠୀ ପ୍ରମୁଖ ବିଜେପି ପ୍ରତିଷ୍ଠାର ଐତିହାସିକ ପୃଷ୍ଠଭୂମି ସହ ସାଂପ୍ରତିକ ରାଜନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମନୀଷା ପଣ୍ଡା, ଭାରତ ଭୂଷଣ ଦାସ, ଶ୍ରୀଧର ପ୍ରଧାନ, ସାଧାରଣ ସଂପାଦକ ବିଚିତ୍ର ପ୍ରଧାନ, ପ୍ରତିମା ନାୟକ, ଅମିତାଭ ସୁଆର, ସଂପାଦକ ଝିଲ୍ଲୀ ଦାଶ, ନମିତା ବଳ, ଯୁବମୋର୍ଚ୍ଚ ସଭାପତି ଶିବାନୀ ଶଙ୍କର ଦାସ, କୃଷକ ମୋର୍ଚ୍ଚା ସଭାପତି ଦୟାନିଧି ବଳଙ୍କ ସମେତ ପୂର୍ବତନ ସଭାପତି କିଶୋର ପଣ୍ଡା, ଉପୀନ ରାଉତ, ଅଭିମନ୍ୟୁ ଗୋଛାୟତ, ନେହେରୁ ସାହୁ, ବିନୋଦ ବେହେରା ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି