
ଜୟପୁର, ୦୮ ଏପ୍ରିଲ୍ (ହି.ସ.) - ଜୟପୁର ଘଟି ରେ ୮୦ ପୁଟ ତଳକୁ ଖସିଲା ଟ୍ରକ୍। ଡ୍ରାଇଭରକୁ ଉଦ୍ଧାର ପରେ ଡାକ୍ତର ଖାନା ନେଲା ପୋଲିସ । ଜୟପୁର ଘାଟି ରାସ୍ତା ଆରମ୍ଭରେ ଥିବା ଗଙ୍ଗେଇସୁଣି ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା । ସ୍ୱାଭାବିକ ରହିଛି ଯାତାୟାତ। ଜୟପୁର ଘାଟି ରାସ୍ତାରେ ବିଳମ୍ବିତ ରାତିରେ ଏହି ଟ୍ରକ ଦୁର୍ଘଟଣା ଘଟିଛି ।
ବ୍ରେକ ଫେଲ ହୋଇଯିବା ଯୋଗୁଁ କୋରାପୁଟରୁ ଜୟପୁର ପଟେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱର ପାଚେରୀ ଭାଙ୍ଗି ପ୍ରାୟ ୮୦ ଫୁଟ ଘାଟି ତଳକୁ ଖସିଯାଇଥିଲା । ଏହିପରି ଟ୍ରକ ଭିତରେ ଡ୍ରାଇଭର ଗୁରୁତର ଅବସ୍ଥାରେ ପଡିରହିଥିଲେ । ଖବରପାଇ ଜୟପୁର ସଦର ପୋଲିସ ଏବଂ ଅଗ୍ନିସମ ବିଭାଗ ରାତିରେ ଘଟଣାସ୍ଥଳରେ ପହଂଚି ତଳକୁ ଓହ୍ଲାଇ ଟ୍ରକ ଭିତରକୁ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହିତ ଚିକିତ୍ସାଳୟକୁ ପଠାଇଥିଲେ ।ସେ ଗୁରୁତର ଥିବା ଜଣା ଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି