ଭଦ୍ରକ ଜିଲ୍ଲାରେ ସରକାରୀ ଶିକ୍ଷକଙ୍କ ଟ୍ୟୁସନ ନିଶା, ସରକାରୀ ନିର୍ଦ୍ଦେଶକୁ ଫୁ; ଜିଲ୍ଲା ଶିକ୍ଷାଧିକାରୀ ଜାଣି କି ଅଜଣା !
ଭଦ୍ରକ, ୮ ଅପ୍ରେଲ (ହି.ସ.) - ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ସରକାରୀ ଶିକ୍ଷକ ଘରୋଇ ଟ୍ୟୁସନ କରି ପାରିବେ ନାହିଁ କି କୋଚିଂ ସେଂଟର କରି ପାଠ ପଢ଼ାଇ ପାରିବେ ନାହିଁ। ଏ ନିୟମ କୁ ଏବେ ଖୁଲମଖୁଲା ଉଲଂଘନ କରୁଛନ୍ତି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଭଦ୍ରକ,ଭଣ୍ଡାରିପୋଖରୀ,
BHADRAK ZILLA SARAKARI SIKHYAKA TUSION NISHA


ଭଦ୍ରକ, ୮ ଅପ୍ରେଲ (ହି.ସ.) - ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ସରକାରୀ ଶିକ୍ଷକ ଘରୋଇ ଟ୍ୟୁସନ କରି ପାରିବେ ନାହିଁ କି କୋଚିଂ ସେଂଟର କରି ପାଠ ପଢ଼ାଇ ପାରିବେ ନାହିଁ। ଏ ନିୟମ କୁ ଏବେ ଖୁଲମଖୁଲା ଉଲଂଘନ କରୁଛନ୍ତି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଭଦ୍ରକ,ଭଣ୍ଡାରିପୋଖରୀ,ଧାମନଗର,ବନ୍ତ,ତିହିଡି,ଚାନ୍ଦବାଲି ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ସରକାରୀ ଚାକିରୀ କରିଥିବା ଶିକ୍ଷକ ମାନେ। ପିଲା ମାନଙ୍କୁ ବିଦ୍ୟାଳୟରେ ଯାହା ପାଠ ପଢ଼ାଉଛନ୍ତି ତାହା ତ ଜିଲ୍ଲା ଶିକ୍ଷାଧିକାରୀ ବେଶ ଭଲ ଭାବରେ ଜାଣିଥିବେ। ଛାତ୍ରଛାତ୍ରୀ ମାନଙ୍କୁ ଅଧିନ ନମ୍ବର ଦେବା, ପରୀକ୍ଷାରେ ସାହାଯ୍ୟ କରିବା,ଆଗୁଆ ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଦେବାରେ ସହଯୋଗ କରିବା ଭଳି ଆଳ ଦେଖାଇ ନିଜର ଟ୍ୟୁସନ ହେଉ ବା କୋଚିଙ୍ଗ ସେଂଟର ପ୍ରତି ଆକର୍ଷିତ କରାଇ ସାଇଟ୍ ଶିକ୍ଷା ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ତାହା ପୁଣି ଜିଲ୍ଲା ଶିକ୍ଷାଧିକାରୀ ସମେତ ବ୍ଲକ ଶିକ୍ଷାଧିକାରୀଙ୍କ ଗୋଚରରେ।ଯେଉଁ ଶିକ୍ଷକ ମାନଙ୍କୁ ସରକାର ବିଦ୍ୟାଳୟରେ ଭଲ ପାଠ ପଢାଇବା ପାଇଁ ଉଚ୍ଚ ଅଙ୍କର ବେତନ ପ୍ରଦାନ କରୁଅଛନ୍ତି ଅଥଚ ସେମାନେ ବିଦ୍ୟାଳୟରେ କମ୍ କିନ୍ତୁ କୋଚିଂ ଟ୍ୟୁସନରେ ଅଧିକ ପରିଶ୍ରମ କରୁ ଅଛନ୍ତି।ଏମିତି କି କିଛି ସରକାରୀ ଶିକ୍ଷକ କୋଚିଂ ସେଂଟର ମାଲିକ ହୋଇ ନିଜେ ପଢ଼ାଇବା ସହ ଅନ୍ୟ ବିଦ୍ୟାଳୟରୁ ଶିକ୍ଷକ ମାନଙ୍କୁ ଡକାଇ ଶିକ୍ଷା ବ୍ୟବସାୟ ପ୍ରଗତି କରୁଛନ୍ତି। ଆଉ କିଛି ସରକାରି ଶିକ୍ଷକ ସ୍ଥାନେ ସ୍ଥାନେ କୋଚିଂ ଦୋକାନ ଖୋଲିଥିବା ବେଳେ ଆଉ କିଛି ନିଜ ବାସଗୃହ କୁ କୋଚିଂ ସେଂଟର କରି ଦେଇ ଭଲ ମୁନାଫା ପାଉଛନ୍ତି। ହଜାର ହଜାର ବେକାରୀ ଯୁବକ ଯୁବତୀ ଚାକିରି ନ ପାଇ ଘରୋଇ କୋଚିଂ ଓ ଟ୍ୟୁସନ୍ କୁ ବୃତି କରି ପରିବାର ଭୋକ ମେଂଟାଇ ପ୍ରତିପୋଷଣ କରୁଥିବା ବେଳେ ସରକାରୀ ଶିକ୍ଷକ ସେମାନଙ୍କ ପେଟ କୁ ନାତ ମାରିଛନ୍ତି। ପିଏସଆର୍ ସର୍ଭେ ଅନୁଯାୟୀ ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକରେ ପ୍ରାୟ ୩୩ ଜଣରୁ ଅଧିକ ,ଭଣ୍ଡାରିପୋଖରୀ ବ୍ଲକରେ ୫୮ ଜଣ ରୁ ଅଧିକ,ବନ୍ତ୍ ବ୍ଲକରେ ୨୫ ଜଣରୁ ଅଧିକ,ଧାମନଗର ୧୭ ଜଣରୁ ଅଧିକ,ବାସୁଦେବପୁର ୪୬ଜଣ ରୁ ଅଧିକ,ତିହିଡି ୩୨ ଜଣରୁ ଅଧିକ ସରକାରୀ ଶିକ୍ଷକ ମାନେ ଏବେ ଟ୍ୟୁସନ୍ ବ୍ୟାପାରରେ ମାଲାମାଲ ହେଉଛନ୍ତି।ତେବେ ଏ ସବୁ ଜାଣି ଅଜଣା ଚାଉଳ ଚୋବାଉଥିବା ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ କାଳେ ଶିକ୍ଷକ ମାନଙ୍କୁ ଅଭୟବର ଦେଇଥିବା ଚର୍ଚ୍ଚା ହେଉଛି।ଜିଲ୍ଲା ପ୍ରଶାସନ ଖବର ପ୍ରକାଶ ପରେ କିପରି ତତ୍ପର ହେଉଛନ୍ତି ତାହା ବୁଦ୍ଧିଜିବୀ ମାନେ ଅପେକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande