ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ ହେବ-ବିଜେପି ଯୁବ ମୋର୍ଚ୍ଚା
କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଉଦ୍ୟମ କରାଯିବ। ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟାଳୟରେ ଅଫିସରମାନଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ସାଧାରଣ ଲୋକଙ୍କୁ ଦଳ ପକ୍ଷରୁ ସହାୟତା କରାଯିବ। ଗ୍ରାମାଂଚଳର ଲ
ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ ହେବ-ବିଜେପି ଯୁବ ମୋର୍ଚ୍ଚା


କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଉଦ୍ୟମ କରାଯିବ। ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟାଳୟରେ ଅଫିସରମାନଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ସାଧାରଣ ଲୋକଙ୍କୁ ଦଳ ପକ୍ଷରୁ ସହାୟତା କରାଯିବ। ଗ୍ରାମାଂଚଳର ଲୋକମାନେ ଅଧିକରୁ ଅଧିକ ଯେପରି ସରକାରୀ ଯୋଜନାରୁ ଲାଭ ପାଇବାକୁ ସକ୍ଷମ ହେବେ ସେଥିପାଇଁ ଯୁବ କର୍ମକର୍ତାମାନେ ଉଦ୍ୟମ କରିବେ। ଯେଉଁ ଅଧିକାରୀମାନେ ଉଦ୍ଦେଶ୍ୟ ମୂଳକଭାବେ ସରକାରଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସଚେତନ କରାଯାଇ ଲୋକମାନଙ୍କ କାର୍ଯ୍ୟକୁ ଅଗ୍ରାଧିକାର ଦେବାପାଇଁ ଓ ସରକାରୀ ନୀତି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବାଧ୍ୟ କାରଯିବ ବୋଲି ବିଜେପି ଯୁବ ମୋର୍ଚ୍ଚାର ସହ ଆବାହକ ଚନ୍ଦ୍ରଶେଖର ଦାସ ଘୋଷଣା କରିଛନ୍ତି। ଆଜି ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ବାର୍ତାଳାପ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି। ଏହାସହ ଅଧିକରୁ ଅଧିକ ଯୁବକମାନଙ୍କୁ ଦଳ ସହିତ ସାମିଲ କରି ବିଜେପିର ଲକ୍ଷ୍ୟ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ର ପ୍ରତି ଆକୃଷ୍ଟ କରାଇବା ସହ ସଂଗଠନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ କରାଇବା ପାଇଁ ଉଦ୍ୟମ ହେବ ବୋଲି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନାରାୟଣ ନାୟକ, ଚତୁର୍ଭୁଜ ମଲିକ ପ୍ରମୁଖ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande