
ଭୁବନେଶ୍ୱର, 08 ଏପ୍ରିଲ (ହି.ସ.) ଭୁବନେଶ୍ୱରରେ ଆଜି ପ୍ରଭାତରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉତ୍କଳ ହସ୍ପିଟାଲ ରୋଡ଼ର ଆଦର୍ଶ ବସ୍ତି ଛକ ନିକଟରେ ପ୍ରଭାତ ସାଢ଼େ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଏକ ଅଟୋ ରାସ୍ତା ପାର ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର ତାହାକୁ ଧକା ଦେଇଥିଲା। ଏଥିରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବାବେଳେ, ତାଙ୍କୁ ତୁରନ୍ତ ଏକ ଘୋରଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଟୋରେ ଥିବା ଯାତ୍ରୀ ଜଣକ ସୁରକ୍ଷିତ ଥିବା ସୂଚନା ମିଳିଛି।
ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କାର ଚାଳକ ଘଟଣାସ୍ଥଳରୁ ପଳାଇଯାଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଟୋଟି ରଙ୍ଗ ସାଇଡ଼ରୁ ଆସୁଥିବା ବେଳେ କାରଟି ଧକା ଦେଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ