ଓଡ଼ିଆ ଭାଷା ପକ୍ଷ-୨୦୨୬ ପାଳନ ଅବସରରେ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର-୧୧୯ ୟୁନିଟ୍ ରକ୍ତ ସଂଗୃହୀତ
Blood Donation Camp in Autonomous College
ଓଡ଼ିଆ ଭାଷା ପକ୍ଷ-୨୦୨୬ ପାଳନ ଅବସରରେ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର-୧୧୯ ୟୁନିଟ୍ ରକ୍ତ ସଂଗୃହୀତ


କନ୍ଧମାଳ, ୦୮ ଏପ୍ରିଲ୍(ହି.ସ.) – ଓଡିଆ ଭାଷା ପକ୍ଷ-୨୦୨୬’ ପାଳନ ଅବସରରେ ଆଜି ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆମ ମାତୃଭାଷାର ଗୌରବ ଗାନ ସହ ଜୀବନ ରକ୍ଷା ଭଳି ମହତ କାର୍ଯ୍ୟକୁ ଯୋଡ଼ିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି। ଏହି ଶିବିରକୁ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଉଦ୍ଘାଟନ କରିବା ସହିତ ନିଜେ ରକ୍ତ ଦାନ କରି ଯୁବପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସୁବାଷଚନ୍ଦ୍ର ପ୍ରଧାନ, ଅଧ୍ୟାପକ ସୁକାନ୍ତ କୁମାର ବେହେରା,ଯୁବ ରେଡକ୍ରସ ର କନଭେନର ଡ. ଅଭିପ୍ପଷା ବଳ, ଡ. ଏନ ଚିନ୍ମୟ କୁମାର, ଶଙ୍କର ଦଳେଇ, ସଞ୍ଜିବ ବଳିଆରସିଂ, ନିବେଦିତା ପାଣି, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଯୁବପିଢ଼ିଙ୍କ ସଂକଳ୍ପବଦ୍ଧତାକୁ ପ୍ରଶଂସା କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଓଡ଼ିଆ ଭାଷାରେ ପରିଚାଳିତ ହୋଇ ‘ଓଡ଼ିଆ ପକ୍ଷ’ର ଆଭିମୁଖ୍ୟକୁ ସାର୍ଥକ କରିଥିଲା। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ.ସି.ସି. କ୍ୟାଡେଟ୍, ରେଡକ୍ରସ ଏବଂ ଏନ.ଏସ.ଏସ ସ୍ୱେଚ୍ଛାସେବୀମାନେ ସ୍ୱତଃପ୍ରବୃତ ଭାବେ ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିବା ବେଳେ ଏଥିରୁ ଅଧିକାଂଶ ଯୁବକ ଯୁବତୀ ପ୍ରଥମ ଥର ରକ୍ତଦାନ କରିଥିଲେ । ଶିବିର ପୁୁର୍ବରୁ ମହାଦିଦ୍ୟାଳୟ ରେ ଏକ ରକ୍ତଦତା ମୋଟିଭେସନ କାର୍ଯ୍ୟକ୍ରମ ରେ ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡଃ ଜୟଦୀପ ଘୋଷ ଏବଂ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଠ ରକ୍ତଦତା ଓ କ୍ତଭଣ୍ଡାର ପରିଚାଳନା କମିଟି ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଏବଂ ବିଶିଷ୍ଠ ରକ୍ତଦତା ମନୋଜ କୁମାର ଚୌଧୁରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆଜିର ଶିବିରକୁୁ ପରିଚାଳନା କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟ ଫୁଲବାଣୀ ରକ୍ତଭଣ୍ଡାର କର୍ମଚାରୀ ଦିନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ,ଅର୍ଚ୍ଚନା ପ୍ରଧାନ,ରଶ୍ମିତା ନାୟକ, ସାକେତରାଣୀ ନାୟକ ଏବଂ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ଯ ସମ୍ପାଦନ କରି ମୋଟ ୧୧୯ ୟୁନିଟ୍ଶା ରକ୍ତ ସଂଗ୍ରହ କରିଥିଲେ। ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସହାୟତାରେ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମ ସ୍ଥଳରେ ଓଡ଼ିଆ ସାହିତ୍ୟର ବିଭିନ୍ନ ସ୍ଲୋଗାନ ଓ ପୋଷ୍ଟର ଜରିଆରେ ସଚେତନତା ସୃଷ୍ଟି କରାଯାଇଥିଲା। ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲେ। ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୁବାଶ ଚନ୍ଦ୍ର ପ୍ରଧାନ ସମସ୍ତ ଅତିଥି ଓ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande