
ଝାରସୁଗୁଡ଼ , 08 ଏପ୍ରିଲ୍ (ହି.ସ.) :ଓଡ଼ିଆ ଭାଷା ପକ୍ଷ-୨୦୨୬’ ପାଳନ ଅବସରରେ ଆଜି ଝାରସୁଗୁଡ଼ା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆମ ମାତୃଭାଷାର ଗୌରବ ଗାନ ସହ ଜୀବନ ରକ୍ଷା ଭଳି ମହତ କାର୍ଯ୍ୟକୁ ଯୋଡ଼ିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି। ଏହି ଅବସରରେ ଅତିଥିମାନେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଯୁବପିଢ଼ିଙ୍କ ସଂକଳ୍ପବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ଛାତ୍ରୀ ଏବଂ ସ୍ୱେଚ୍ଛାସେବୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଟିମ୍ ଏବଂ ମହାବିଦ୍ୟାଳୟର କର୍ମକର୍ତ୍ତାଙ୍କ ସହଯୋଗରେ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମ ସ୍ଥଳରେ ଓଡ଼ିଆ ସାହିତ୍ୟର ବିଭିନ୍ନ ସ୍ଲୋଗାନ ଓ ପୋଷ୍ଟର ଜରିଆରେ ସଚେତନତା ସୃଷ୍ଟି କରାଯାଇଥିଲା। ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ