ଚତୁର୍ଭୁଜପୁରରେ ଚୈତୀପର୍ବ ଉଦଯାପିତ
ଭଦ୍ରକ, ୮ ଅପ୍ରେଲ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଚୁତୁର୍ଭୁଜପୁର ଠାରେ କୈବର୍ତ ସମାଜ ପକ୍ଷରୁ ଚୈତୀପର୍ବ (ଚୈତ୍ର ପୂର୍ଣ୍ଣିମା )ଗୁରୁବାର ଠାରୁ ଆରମ୍ଭ ହୋଇ ବୁଧବାର ଉଦଯାପନ ହୋଇଯାଇଛି। ଗ୍ରାମରେ ମୁଖ୍ୟତଃ ଦୁଇ ପ୍ରକାରର ଚୈତୀ ପର୍ବ ପାଳନ କରାଯାଏ କିଛି ପରିବାର ମୃଣ୍ମୟୀ
CHATURBHUJAPUR CHAITI PARBA


ଭଦ୍ରକ, ୮ ଅପ୍ରେଲ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଚୁତୁର୍ଭୁଜପୁର ଠାରେ କୈବର୍ତ ସମାଜ ପକ୍ଷରୁ ଚୈତୀପର୍ବ (ଚୈତ୍ର ପୂର୍ଣ୍ଣିମା )ଗୁରୁବାର ଠାରୁ ଆରମ୍ଭ ହୋଇ ବୁଧବାର ଉଦଯାପନ ହୋଇଯାଇଛି। ଗ୍ରାମରେ ମୁଖ୍ୟତଃ ଦୁଇ ପ୍ରକାରର ଚୈତୀ ପର୍ବ ପାଳନ କରାଯାଏ କିଛି ପରିବାର ମୃଣ୍ମୟୀ ଘୋଡ଼ା କୁ ମା ବାଶୁଳାଇ ରୁପରେ ପୂଜା କରି ମାଛ ଓ ସୁରା ଭୋଗ କରାଯାଇଥାଏ। ପାରମ୍ପରିକ ଘୋଡ଼ା ନାଚ କରାଯାଇ ନଗର ପରିକ୍ରମା କରାଯାଇ ବୁଧବାର ସନ୍ଧ୍ୟାରେ ଘୋଡ଼ା ମୁଣ୍ଡ ଫିଟାଯାଇ ପର୍ବ ଉଦଯାପନ ହୋଇଯାଇଛି। ଅନ୍ୟପକ୍ଷରେ କେତେକ ପରିବାର ଲକ୍ଷ୍ମୀନାରାୟଣ ମୃଣ୍ମୟୀ ମୂର୍ତି ପୂଜା କରି ପର୍ବ ପାଳନ କରିଥାନ୍ତି। ଚତୁର୍ଭୁଜପୁରରେ ଚୈତୀପର୍ବ ଉପଭୋଗ କରିବାକୁ କରିବାକୁ ଆଖପାଖ ଅଂଚଳରୁ ବହୁ ଆସନ୍ତି, କାରୀଗର ଖଗେଶ୍ୱର ପରିଡ଼ା ଓ କାଶୀନାଥ ପରିଡ଼ା ଙ୍କ ଦ୍ୱାରା ନିର୍ମିତ ମୃଣ୍ମୟୀ ମୂର୍ତିକୁ ଶଙ୍କର୍ଷଣ ତ୍ରିପାଠୀ ଓ ବିଜୟ ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ। ଗ୍ରାମର ମୋହନ ପରିଡ଼ା, ଧୃବ ଚରଣ ପରିଡ଼ା, ଅଭିରାମ ପରିଡ଼ା, ପ୍ରହ୍ଲାଦ ପରିଡ଼ା, ଭାଗିରଥୀ ପରିଡ଼ା, ଅଦ୍ୱୈତ ପରିଡ଼ା, ହରିହର ପରିଡ଼ା, ରମେଶ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande