ଚମ୍ପୁଆ ପଂଚାୟତ ସମିତିରେ ରକ୍ତଦାନ ଶିବିର
ଚମ୍ପୁଆ, ୦୮ ଏପ୍ରିଲ୍ (ହି.ସ.) - ଚମ୍ପୁଆ ପଂଚାୟତ ସମିତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତାଦାନ ଶିବିରକୁ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଚମ୍ପୁଆ ଏସଡିଏମଓ ବି.କେ ଦା
ଚମ୍ପୁଆ ପଂଚାୟତ ସମିତିରେ ରକ୍ତଦାନ ଶିବିର


ଚମ୍ପୁଆ, ୦୮ ଏପ୍ରିଲ୍ (ହି.ସ.) - ଚମ୍ପୁଆ ପଂଚାୟତ ସମିତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତାଦାନ ଶିବିରକୁ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଚମ୍ପୁଆ ଏସଡିଏମଓ ବି.କେ ଦାସ, ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଓମପ୍ରକାଶ ବାରିକ, ବ୍ଲକବ୍ୟାଙ୍କ ଅଧିକାରୀ ସ୍ମୃତିରଞ୍ଜନ ମଲ୍ଲିକ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ଝରଣା ମହାନ୍ତ, ମମତା ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ପଂଚାୟତ ସମିତିର ୨୨ଗୋଟି ଗ୍ରାମପଂଚାୟତର ସରପଂଚ, ସମିତି ସଭ୍ୟ ସଭ୍ୟା, ପିଇଓ, ଏଡିଓ, ବ୍ଲକର କର୍ମକର୍ତା ଆଦି ଯୋଗଦାନ କରି ପ୍ରାୟ ୪୯ ୟୁନିଟ ରକ୍ତ ନମୁନା ସ୍ୱେଛାକୃତ ଭାବେ ଦାନ କରିଥିଲେ । ଓଡିଆ ଅସ୍ମିତା ପକ୍ଷ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ବହୁବିଧ କାର?୍ୟ୍ୟକ୍ରମ ଗ୍ରହଣ କରାଯାଉଥିବା ବେଳେ ଆଜି ପଂଚାୟତ ସମିତି ପକ୍ଷରୁ ଏହି ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande