ଏକାଡେମିକ୍ ସ୍କୁଲରେ ନୂତନ ଅଧ୍ୟକ୍ଷ
ଭଦ୍ରକ, ୮ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଂଟର ନ୍ୟାସନାଲ୍ ସ୍କୁଲରେ ନୂତନ ଅଧ୍ୟକ୍ଷ ଭାବେ ଗୌରାଙ୍ଗ ଚରଣ ନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ହାଟଡିହି କଲେଜରୁ ଅବସର ନେବା ପରେ ଜିଲ୍ଲାର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟଭାର ଗ୍ରହଣ ପୂର୍ବକ ଶ
EKADEMIK SCHOOL PRINCIPAL GAURANGA NAYAK


ଭଦ୍ରକ, ୮ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଂଟର ନ୍ୟାସନାଲ୍ ସ୍କୁଲରେ ନୂତନ ଅଧ୍ୟକ୍ଷ ଭାବେ ଗୌରାଙ୍ଗ ଚରଣ ନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ହାଟଡିହି କଲେଜରୁ ଅବସର ନେବା ପରେ ଜିଲ୍ଲାର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟଭାର ଗ୍ରହଣ ପୂର୍ବକ ଶୈକ୍ଷିକ ବାତାବରଣକୁ ସର୍ବାଗ୍ରେ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଗତ ୨ ତାରିଖ ଶ୍ରୀ ନାୟକ ନାରାୟଣ ଚନ୍ଦ୍ର ପତି ଏଜୁକେସନାଲ୍ ଟ୍ରଷ୍ଟର ଚେୟାରମ୍ୟାନ୍ ଦୈତାରୀ ଚରଣ ପତିଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି । ଉକ୍ତ ବିଦ୍ୟାଳୟକୁ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ନେଇ କାର୍ଯ୍ୟ କରିବେ ବୋଲି ସେ କହିଥିବା ବେଳେ ଏଥିପାଇଁ ଶିକ୍ଷକ, ଶିକ୍ଷିକା,କର୍ମଚାରୀ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟାଙ୍କ ସହଯୋଗ ଲୋଡୁଛନ୍ତି । କାର୍ଯ୍ୟଭାର ଗ୍ରହଣ ବେଳେ ପୂର୍ବତନ ଶିକ୍ଷକ ରମାକାନ୍ତ ତ୍ରିପାଠୀ, ସେକ୍ ଅବଦୁଲ୍ ସଲିମ୍, ପରିଚାଳନା କମିଟିର ସଂଯୁକ୍ତା ପଣ୍ଡା, ବୈକୁଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉକି ୨୦୧୫ ମସିହାରେ ଶିକ୍ଷାର ଉନ୍ନତି ପାଇଁ ଏହି ଘରୋଇ ଶିକ୍ଷାନୁଷ୍ଠାନଟି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିଥିବା ବେଳେ ୪ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଗକୁ ଯୁକ୍ତଦୁଇ ଖୋଲିବାର ଲକ୍ଷ୍ୟ ନେଇ ଶିକ୍ଷାନୁଷ୍ଠାନ ବଢୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande