
ଲକ୍ଷ୍ନୌ/ନୋଏଡ଼ା, ଏପ୍ରିଲ 8 (ହି.ସ)ବରିଷ୍ଠ କଂଗ୍ରେସ
ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ଗାନ୍ଧୀ ପରିବାରର
ବିଶ୍ୱସ୍ତ, ମୋହସିନା କିଦ୍ୱାଇଙ୍କର ବୁଧବାର ସକାଳେ ନୋଏଡାର ଏକ ଘରୋଇ
ଡାକ୍ତରଖାନାରେ 93 ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ସାରା ରାଜ୍ୟରେ
ଶୋକର ଛାୟା ଖେଳାଇ ଦେଇଛି। ଆଜି ହିଁ ସେମାନଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ବିୟୋଗରେ
ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଦୀର୍ଘ ଦିନ ଧରି ରାଜନୈତିକ ଜୀବନରେ ସକ୍ରିୟ ଥିବା ମୋହସିନା କିଦ୍ୱାଇ
ନୋଏଡାର ସେକ୍ଟର 40ର ଏକ ଘରେ ରହୁଥିଲେ। ଆଜି ସକାଳେ ନୋଏଡାର ସେକ୍ଟର 12ର ମେଟ୍ରୋ
ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ମେହସିନା କିଦ୍ୱାଇଙ୍କ ଦେହାନ୍ତ ହୋଇଛି ବୋଲି ଦଳର ସଂଖ୍ୟାଲଘୁ
ବ୍ୟାପାର ଜାତୀୟ ସମ୍ପାଦକ ଲିୟାକତ ଚୌଧୁରୀ କହିଛନ୍ତି। ମୋହସିନା କିଦ୍ୱାଇଙ୍କ ଅନ୍ତିମ ସଂସ୍କାର
ଶୋଭାଯାତ୍ରା ନୋଏଡାର ସେକ୍ଟର 40ରେ ଥିବା ତାଙ୍କ ବାସଭବନରୁ ଆରମ୍ଭ ହୋଇ ଦିଲ୍ଲୀର
ନିଜାମୁଦ୍ଦିନ କବରସ୍ଥାନରେ ପହଞ୍ଚିବ ଯେଉଁଠାରେ ତାଙ୍କୁ ସନ୍ଧ୍ୟା 5ଟାରେ କବର ଦିଆଯିବ
ବୋଲି ସେମାନେ କହିଛନ୍ତି। କଂଗ୍ରେସ ନେତ୍ରୀ ମେହସିନା କିଦ୍ୱାଇ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ
ଗାନ୍ଧୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଏବଂ ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ
ବେସାମରିକ ବିମାନ ଚଳାଚଳ ଭଳି ବିଭାଗ ସମ୍ଭାଳିଥିଲେ। ସେ ରାଜ୍ୟ ସରକାରରେ ଅନେକ
ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପରିଚାଳନା କରିଥିଲେ ଏବଂ କଂଗ୍ରେସ ଦଳର ଜଣେ ଶକ୍ତିଶାଳୀ ନେତା
ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ମୋହସିନା କିଦ୍ୱାଇ ମଧ୍ୟ ଛତିଶଗଡ଼ରୁ ଦୁଇଥର ରାଜ୍ୟସଭାର
ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ 1978,1980 ଏବଂ 1984 ରେ ଉତ୍ତରପ୍ରଦେଶର
ମିରଟ ସହରରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ମୋହସିନା କିଦ୍ୱାଇ ମଧ୍ୟ ହଜ୍ କମିଟିର
ଅଧ୍ୟକ୍ଷ ଥିଲେ। ସେ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମୋହସିନା
କିଦ୍ୱାଇ 1932 ମସିହା ଜାନୁଆରୀ 1 ତାରିଖରେ
ବାରବାଙ୍କୀର ମସୌଲିଠାରେ ଜନ୍ମଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା