ହାଇସ୍କୁଲରେ ଶିକ୍ଷକ ଅଭାବ, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ
କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ହାଇସ୍କୁଲରେ ଦୀର୍ଘଦିନ ହେଲା ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବ ଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଂଚିତ ହେବାସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ପ୍ରଧାନ ଶିକ୍ଷକଙ୍କ ଅବସର ପରେ ମାତ୍ର ଜଣେ ଶିକ୍ଷୟିତ୍ରୀ ହାଇସ
ହାଇସ୍କୁଲରେ ଶିକ୍ଷକ ଅଭାବ, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ ।


କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ହାଇସ୍କୁଲରେ ଦୀର୍ଘଦିନ ହେଲା ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବ ଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଂଚିତ ହେବାସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ପ୍ରଧାନ ଶିକ୍ଷକଙ୍କ ଅବସର ପରେ ମାତ୍ର ଜଣେ ଶିକ୍ଷୟିତ୍ରୀ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ଅସମ୍ଭବ ହୋଇପଡ଼ିଛି। ଏ ନେଇ ପୂର୍ବତନ ସରପଂଚ ତଥା ସମାଜସେବୀ ରାଜନ ପ୍ରସାଦ ଥାଟୋଇଙ୍କ ନେତୃତ୍ୱରେ ପ୍ରସନ୍ନଜିତ ପଣ୍ଡା, ପିତାମ୍ବର ସାହୁ, ଗନ୍ଧର୍ବ ଦାସ, ବାବାଜୀ ଜେନା, ଆଇନ୍ଜୀବୀ ନିରଞ୍ଜନ ବଳ, ପ୍ରମୋଦ ମଲ୍ଲିକ, ଗୋଲଖ ଜେନା, ସମିତି ସଭ୍ୟ ଅକ୍ଷୟ କୁମାର ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ହାଇସ୍କୁଲରେ ତୁରନ୍ତ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାପାଇଁ ଦାବି କରିବା ସହିତ ହାଇସ୍କୁଲର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande