
ଭୁବନେଶ୍ୱର, 08 ଏପ୍ରିଲ (ହି.ସ.) ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରତ୍ନଭଣ୍ଡାର କୁ ନେଇ ସୋସିଆଲ ମିଡ଼ିଆ ରେ ଚାଲିଥିବା ଆଲୋଚନା ନେଇ ବର୍ଷିଛନ୍ତି ।
ସେ କହିଛନ୍ତି ସୋସିଆଲ ମିଡ଼ିଆ ରେ ବାକ ବିତଣ୍ଡା ବନ୍ଦ ହେଉ । ଆମେ କେବେ ଜାଣିବୁ ତାହା ବନ୍ଦ ହେବା ଦରକାର । ଜାତି ର ଭଗବାନ ଜଗନ୍ନାଥ ଙ୍କ ଉପର ସୋସିଆଲ ମିଡ଼ିଆ ରେ ମନ୍ତବ୍ୟ ଦେବା କୁ ଜଗନ୍ନାଥ ଦ୍ରୋହ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେମାନଙ୍କୁ ଜଗନ୍ନାଥ ଦଣ୍ଡ ଦେବେ । ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ lଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି.. ଏହା ଗୋଟେ ମାନସିକ ରୋଗ । ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ