ମା’ ଭଦ୍ରକାଳୀ ମନ୍ଦିର ଚୋରିର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ପୁଲିସ୍ଙ୍କ ଆଗରେ ବଖାଣିଲେ ଚୋରି ସମୟର ଅଲୌକିକ ଘଟଣା
ଭଦ୍ରକ, ୮ ଅପ୍ରେଲ (ହି.ସ.) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ ୨୪ ଘଂଟା ମଧ୍ୟରେ କରାଯାଇଥିବାରୁ ଏଥିପାଇଁ ଭଦ୍ରକ ଜିଲାବାସୀ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଯେଉଁ ଦୁଇ ଚୋରଙ୍କୁ ପୁଲିସ୍ କାବୁ କରିଛି, ସେମାନେ ପ
MAA BHADRAKALI MANDIRA CHORI CASE


ଭଦ୍ରକ, ୮ ଅପ୍ରେଲ (ହି.ସ.) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ ୨୪ ଘଂଟା ମଧ୍ୟରେ କରାଯାଇଥିବାରୁ ଏଥିପାଇଁ ଭଦ୍ରକ ଜିଲାବାସୀ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଯେଉଁ ଦୁଇ ଚୋରଙ୍କୁ ପୁଲିସ୍ କାବୁ କରିଛି, ସେମାନେ ପୁଲିସ୍ ନିକଟରେ ଯେଉଁ ବୟାନ ଦେଇଛନ୍ତି, ତାହା କେତେଦୂର ସତ୍ୟାସତ୍ୟ ଜଣାପଡିନଥିଲେ ମଧ୍ୟ ସେମାନଙ୍କର ସ୍ୱୀକାରୋକ୍ତି ମା’ଙ୍କ ଏକ ଅଲୌକିକ ଶକ୍ତିର ପରାକାଷ୍ଠା ବୋଲି ସ୍ଥାନୀୟ ସେବକମାନେ କହିଛନ୍ତି। ଏହି ଦୁଇ ଚୋରଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଥିବାବେଳେ ସେମାନଙ୍କ ଠାରୁ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିବା ୩୦ ହଜାର ୩୩୧ ଟଙ୍କା ଓ ବ୍ୟବହୃତ ଏକ ସ୍କ୍ରୁ ଡ୍ରାଇଭରକୁ ଜବତ କରିଛି। ଏମାନଙ୍କର ଘର ପୀରହାଟ ଥାନା ଗଦି ସାମନ୍ତରାପୁର ଅଂଚଳର ଦୀପୁନ ବେହେରା ଓ ସିପୁନ ବାରିକ ହୋଇଥିବାବେଳେ ଏମାନେ ଭଦ୍ରକାଳୀ ନିକଟସ୍ଥ ଜଣେ ସଂପର୍କୀୟଙ୍କ ଘରେ ଆସି ୩/୪ ଦିନ ହେବ ରହିଥିଲେ। ଏହି ସୂଚନା ଆଧାରରେ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା। ଏମାନେ ଜିଲାର ଅନ୍ୟ ମନ୍ଦିର ଚୋରିରେ ସଂପୃକ୍ତ ଥିବାର ପୁଲିସ୍ ଅନୁମାନ କରୁଛି। ଏମାନଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବାରୁ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଏସ୍ପି ଶ୍ରୀ ରାଉତ ଗଣମାଧ୍ୟମକୁ କହିଛନ୍ତି। ତେବେ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଏହି ଦୁଇ ଚୋରଙ୍କ ମଧ୍ୟରୁ ଜଣେ ପୁଲିସ୍ ନିକଟରେ ଚୋରି ସମୟର ଯେଉଁ ଘଟଣା ବଖାଣିଛ, ତାହା ଯେତିକି ରୋଚକ, ସେତିକି ବିସ୍ମୟକର ମଧ୍ୟ। ସେ କହିଥିବା ସୂଚନା ଅନୁସାରେ ଚୋରି ସମୟରେ ମା’ଙ୍କ କୋଠରୀ ଦ୍ୱାର ଭାଂଗିବା ସମୟରେ ପାଉଁଜିର ରୁମଝୁମ ଶବ୍ଦ ଶୁଭିଥିଲା। ଏବଂ ଜଣେ କେହି ଆସିଲା ଭଳି ସେମାନେ ଅନୁଭବ କରିଥିଲେ। ଏହି ଶବ୍ଦ ଶୁଣି ଜଣେ ଯୁବକ ଚେତାଶୂନ୍ୟ ହୋଇଯାଇଥିବାବେଳେ ଅନ୍ୟ ଜଣଙ୍କୁ ଏକ ବିରାଟ କଳା ଛାଇ ଗୋଡାଇଥିଲା। ଫଳରେ ସେମାନେ ଆଲମିରା ଭାଂଗି ସେଥିରେ ଥିବା ମା’ ଭଦ୍ରକାଳୀଙ୍କର ୨ଟି ମୂଲ୍ୟବାନ ମୁକୁଟକୁ ଚୋରି କରିନପାରି ଭୟରେ ଧାଇଁ ପଳାଇଥିଲେ। ପୁଲିସ୍ ନିକଟରେ ଚୋରି ବେଳର ଏହି ବୟାନ ଏବେ ଭିଡିଓରେ ବେଶ୍ ଭାଇରାଲ ହେଉଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande