କହି ହେଉନି, କି ସହି ହେଉନି : ମଦ୍ଯପଙ୍କୁ ଶୋଷଣ ବିରୋଧରେ ତୀବ୍ର ପ୍ରତିକ୍ରିୟା

ସମ୍ବଲପୁର, ୦୮, ଏପ୍ରିଲ୍ (ହି.ସ.)

ଅବକାରୀ ବିଭାଗର ଉତ୍କୋଚଖୋର ନୀତି ବଢାଉଛି ଅସନ୍ତୋଷ

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନୀ ମାନେ ଏବେ ମଦ୍ୟପ ଉପଭୋକ୍ତା ମାନଙ୍କ ଆଖିରେ ଆଙ୍ଗୁଠି ପୁରାଇ ମାତ୍ରାଧିକ ଅର୍ଥ ଶୋଷଣ କରୁଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ସାମାଜିକ ଲୋକ ଲଜ୍ଯାକୁ ଡରି ମଦ୍ୟପ ମାନେ ମୁହଁ ଖୋଲି ନପାରିବା ସୁଯୋଗ ନେଇ ମଦ ଦୋକାନୀ ମାନେ ମଦ ବୋତଲରେ ଉଲ୍ଲେଖ ଧାର୍ଯ୍ୟ ଦର ଠାରୁ ମାତ୍ରାଧିକ ଅର୍ଥ ଶୋଷଣ କରୁଛନ୍ତି । ପାଶ୍ଚାତ୍ୟ ଦେଶରେ ଲାଗିଥିବା ଯୁଦ୍ଧ ବିଭୀଷିକା ଆଳରେ କେତେକ କଳା ବେପାରୀ ଜାଳେଣି ଗ୍ୟାସ୍ ସିଲିଣ୍ଡର ଠୁଁ ନେଇ ବିଭିନ୍ନ ଖାଇବା ତେଲର କୃତିମ ଅଭାବ କରାଇବା ପାଇଁ ବେଆଇନ ଭାବେ ମହଜୁଦ ରଖୁଥିବା ବେଳେ ମଦ୍ଯପଙ୍କ ଜୀବନ ନାଟିକା ସାଜିଥିବା 'ମଦରେ ଶୋଷଣ' ତୀବ୍ର ଅସନ୍ତୋଷର କାରଣ ପାଲଟିଛି । ଅଧିକ ଦର ଶୋଷଣ ନେଇ ମଦ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ କିପରି ତୁ ତୁ ମେ ମେ ଚାଲିଛି ଏହି ବିକ୍ରି ସମନ୍ବୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କୁଚିଣ୍ଡା ବ୍ଲକର ଏକ ନିର୍ଦ୍ଧିଷ୍ଟ ବିଦେଶୀ ମଦ ଦୋକାନରେ ମାତ୍ରାଧିକ ଅର୍ଥ ଦାବିକୁ ନେଇ ଗ୍ରାହକଙ୍କ ପ୍ରତିବାଦ ଓ ନୂଆ ଦରରେ ମଦ ବିକ୍ରି ପାଇଁ ଦୋକାନୀଙ୍କ ସଫେଇ ସଂପ୍ରତି ଅବକାରୀ ବିଭାଗର ଉତ୍କୋଚଖୋର ନୀତିକୁ ସମ୍ପୂର୍ଣ୍ଣ ଉଲଗ୍ନ କରାଇଛି। ପ୍ରତ୍ୟେକ ବିଦେଶୀ ବ୍ରାଣ୍ଡର ୯୦ ଏମ୍ଏଲ୍, ୧୮୦ ଏମ୍ଏଲ୍, ୩୬୦ ଏମ୍ଏଲ୍ ବୋତଲରେ ୧୦ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ଅର୍ଥ ଶୋଷଣ କରାଯାଉଛି । ମଦ ବୋତଲରେ ଗୋଟିଏ ଦର ଉଲ୍ଲେଖ ଥିବା ବେଳେ, ଦୋକାନୀ ପୁରୁଣା ଦରକୁ ଅଣଦେଖା କରି ବର୍ଦ୍ଧିତ ନୁଆ ଦରରେ ମଦ୍ଯପଙ୍କୁ ଶୋଷଣ କରୁଛନ୍ତି । ଏପରିକି ମାତ୍ରାଧିକ ଦର ଶୋଷଣ ନେଇ ମଦ କ୍ରେତା ଜଣଙ୍କ ଅଭିଯୋଗ ଉଠାଇଲେ ମଦ ବିକ୍ରେତା ବର୍ଦ୍ଧିତ ଦର ସୂଚୀକା ଦେଖାଇ ଦେଖାଇ ଜୋର୍ ଜବରଦସ୍ତ ଅଧିକ ଦର ନେଉଥିବା ଅଭିଯୋଗ ହେଉଛି । ବିଭିନ୍ନ ମଦ ଦୋକାନରେ ହେଉଥିବା ଏ ସମସ୍ତ କାରନାମା ଅବକାରୀ ବିଭାଗ ଜାଣୁଥିଲେ ମଧ୍ୟ ମାସିକିଆ ଧାର୍ଯ୍ୟ ବଟି ନେଉଥିବା ଯୋଗୁଁ ଏଦିଗରେ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ନିୟମିତ ବ୍ୟବଧାନରେ ଅବକାରୀ ବିଭାଗ ପକ୍ଷରୁ ଯଦି ସମସ୍ତ 'ଠିପି ଖୋଲା' ଓ 'ଠିପି ବନ୍ଦ' ଦୋକାନ ଗୁଡିକୁ ସଠିକ୍ ନିୟମରେ ଯାଞ୍ଚ୍ କରା ଯାଉଥାଆନ୍ତା ତେବେ ମଦ୍ୟପମାନେ ଆଜି ଅର୍ଥ ଶୋଷଣ ଭଳି ଲଜ୍ୟାକର ଅଭିଯୋଗ କରି ନଥାନ୍ତେ ବୋଲି ବହୁ ଅଭାବୀ ଯୁବ ମଦ୍ୟପମାନେ କହିଛନ୍ତି । ଜିଲ୍ଲା ଅବକାରୀ ଅଧିକ୍ଷକ ଏଦିଗରେ ଅନୁସନ୍ଧାନ କରି ତୁରନ୍ତ ବିହିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande