ମଂଟେଶୋରୀ ପବ୍ଲିକ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ବଲାଙ୍ଗୀର, ୦୮ ଏପ୍ରିଲ୍(ହି.ସ.) – ସ୍ଥାନୀୟ ମାଲପଡା ସ୍ଥିତ ମଂଟେଶୋରୀ ପବ୍ଲିକ ସ୍କୁଲରେ ପ୍ରିନ୍ସିପାଲ ରବିଚନ୍ଦ୍ର ଉଦ୍ଗାତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ସ୍କୁଲର ଚେୟାରମେନ ବିରେନ୍ଦ୍ର ଉଦ୍ଗାତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ପ
ମଂଟେଶୋରୀ ପବ୍ଲିକ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ


ମଂଟେଶୋରୀ ପବ୍ଲିକ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ


ବଲାଙ୍ଗୀର, ୦୮ ଏପ୍ରିଲ୍(ହି.ସ.) – ସ୍ଥାନୀୟ ମାଲପଡା ସ୍ଥିତ ମଂଟେଶୋରୀ ପବ୍ଲିକ ସ୍କୁଲରେ ପ୍ରିନ୍ସିପାଲ ରବିଚନ୍ଦ୍ର ଉଦ୍ଗାତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ସ୍କୁଲର ଚେୟାରମେନ ବିରେନ୍ଦ୍ର ଉଦ୍ଗାତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ପ୍ଲେଜ କରାଇବା ସହିତ ଜୀବନର ସଫଳତା ଉପଯୁକ୍ତ ଟିପସ୍ ଦେଇ ମାର୍ଗଦର୍ଶନ କରିଥିଲେ। ଅପର ପ୍ରାଇମେରୀ ସେକସନ ପ୍ରିନସିପାଲି ଅଭିସ୍ମିତା ଦାଶ ଏବଂ ଏକାଡେମିକ ଇନଚାର୍ଜ ଡ. ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନବମ ଶ୍ରେଣୀର ଛାତ୍ରୀ ଆର୍ଯ୍ୟାହୀ ମିଶ୍ର ସ୍ୱାଗତ ଅଭିଭାଷଣ ଦେବା ସହ ସଭା ସଂଯୋଜନା କରିଥିଲେ। ଶିକ୍ଷକ ଆଶିକ ଯୋଷି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଛାତ୍ରୀ ଅଂକିତା ମେହେର, ହରିଶ ଭୋଇ, ଖୁସି ଅଗ୍ରୱାଲ, ସ୍ରିଷ୍ଟି ସୋହାନି ସାହୁ ଦିବସର ତାତ୍ପର୍ଯ୍ୟ ବିଷୟରେ ନିଜସ୍ୱ ମତବ୍ୟକ୍ତ କରିଥିଲେ। ଶିକ୍ଷକ ନବ କିଶୋର ବାରିକ, ଆର ସୁଲତାନା, ନମିତା ସାଗର, ପ୍ରତିକ୍ଷା ରଥ, ସୋମ ପ୍ରକାଶ ପଟ୍ଟନାୟକ, ତୃପ୍ତି ମହାରଣା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ନବମ ଶ୍ରେଣୀର ଛାତ୍ରୀ ଶକ୍ତି ସ୍ୱରୁପା ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande