ମାର୍ଶାଘାଇ ତହସିଲରେ ମ୍ୟୁଟେସନ ଜାଲିଆତି
କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ତହସିଲ ଦୁର୍ନୀତି ଓ ଜାଲିଆତିରେ ଶୀର୍ଷରେ ପହଂଚିଛି। ବିନା ଉତ୍କୋଚରେ ଲୋକଙ୍କୁ ଆବଶ୍ୟକ ସେବା ମିଳୁନଥିବାବେଳେ ବର୍ଷବର୍ଷ ଧରି କାମକୁ ଉଦ୍ଦେଶ୍ୟ ମୂଳକ ଭାବରେ ପକାଇ ରଖାଯାଉଛି। ଆଜି ଆସ କାଲି ଆସ ବୋଲି ଲୋକଙ୍କୁ ଦୌଡ଼ା ଯାଉଥିବ
ମାର୍ଶାଘାଇ ତହସିଲରେ ମ୍ୟୁଟେସନ ଜାଲିଆତି


କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ତହସିଲ ଦୁର୍ନୀତି ଓ ଜାଲିଆତିରେ ଶୀର୍ଷରେ ପହଂଚିଛି। ବିନା ଉତ୍କୋଚରେ ଲୋକଙ୍କୁ ଆବଶ୍ୟକ ସେବା ମିଳୁନଥିବାବେଳେ ବର୍ଷବର୍ଷ ଧରି କାମକୁ ଉଦ୍ଦେଶ୍ୟ ମୂଳକ ଭାବରେ ପକାଇ ରଖାଯାଉଛି। ଆଜି ଆସ କାଲି ଆସ ବୋଲି ଲୋକଙ୍କୁ ଦୌଡ଼ା ଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୮ରେ ମାର୍ଶାଘାଇ ତଦସିଲଦାର ଏକ ମ୍ୟୁଟେସନ କେଶର ଶୁଣାଣୀ କରି ଏହାକୁ ଖାରଜ କରିଥିବାବେଳେ ଆଜି ପର୍ଯ୍ୟନ୍ତ ଉଦେଶ୍ୟ ମୂଳକ ଭାବରେ ଏହି ଖରଜ ନିର୍ଦେଶକୁ କାର୍ଯ୍ୟକାରୀ କରାଯାଇ ନଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ମ୍ୟୁଟେସନ କେଶ ନମ୍ବର ୪୯୦/୨୦୧୭କୁ ଆଇନ୍ ଅନୁସାରେ ଶୁଣାଣୀ କରି ତତ୍କାଳୀନ ତହସିଲଦାର ୨୮-୧୧-୨୦୧୮ରେ ଲିଖିତ ନିର୍ଦେଶ ବଳରେ ଏହାକୁ ଖାରଜ କରଥିଲେ। ଏହାମଧ୍ୟରେ କିଛିବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଖାରଜ ହୋଇଥିବା ପଟ୍ଟା ଇଂଟରନେଟରେ ଉପଲବ୍ଧ ହେଉଥିବା ଜାଣି ବର୍ତମାନର ତହସିଲଦାରଙ୍କୁ ଶ୍ରୀ ମହାପାତ୍ର ଅବଗତ କରିବା ସହ ଲିଖିତ ଅଭିଯୋଗ କରିଥିଲେ। ତହସିଲଦାର ଦୀର୍ଘ ଏକବର୍ଷ ଧରି ଆଜି ଓ କାଲି କହି ଦିନ ଗଡ଼ାଇବା ପରେ ଶ୍ରୀ ମହାପାତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ହୋଇ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଉକ୍ତ ଖାରଜ ନିର୍ଦେଶକୁ ସାତଦିନ ମଧ୍ୟରେ କାର୍ୟ୍ୟକାରୀ କରିବାକୁ ତହସିଲଦାର ମାର୍ଶାଘାଇଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ତହସିଲଦାର ମାର୍ଶାଘାଇ ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବାରୁ ଶ୍ରୀ ମହାପାତ୍ର ୩୦-୭-୨୦୨୫ରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ତେବେ ଏହି ଖାରଜ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ତହସିଲଦାର ମାର୍ଶାଘାଇ ୧୬-୯-୨୦୨୫ରେ ଲିଖିତ ଉତର ରଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଅଜଣା କାରଣ ପାଇଁ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ତହସିଲଦାର ମାର୍ଶାଘାଇଙ୍କ ଏହି ମନାମାନୀକୁ ନେଇ ଶ୍ରୀ ମହାପାତ୍ର ପୁଣିଥରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏଥର ବିଫଳ ହେଲେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande