


ସମ୍ବଲପୁର, ୦୮, ଏପ୍ରିଲ୍ (ହି.ସ.)
ଓଡ଼ିଆ ପକ୍ଷ-୨୦୨୬ ପାଳନ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲାରେ ଏକ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରେଡ଼କ୍ରସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ବିଇଡି କଲେଜ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଗୋଶାଳା ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଆମ ମାତୃଭାଷାର ଗୌରବ ଗାନ ସହ ଜୀବନ ରକ୍ଷା ଭଳି ମହତ କାର୍ଯ୍ୟକୁ ଯୋଡ଼ିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି।ଯେଉଁଠି ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଆଜିର ଦିବସରେ ସ୍ବେଛାକୃତ ଭାବେ ସମୁଦାୟ ୯୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ