କୋରାପୁଟ ଜିଲ୍ଲା ପେଟ୍ରୋଲ ପମ୍ପରେ ମିଳୁନି ମୌଳିକ ସୁବିଧା
ଜୟପୁର , 08 ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ରେ ଥିବା ବହୁ ପେଟ୍ରୋଲ ପମ୍ପରେ ମିଳୁନି ମୌଳିକ ସୁବିଧା ପ୍ରଶାସନ ପକ୍ଷରୁ କରାଯାଉ ସଚେତନତା lଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଈଁ ଉତ୍ତମ ମାନର ଦ୍ରବ୍ୟ ଓ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଖାଉଟି ସୁରକ୍ଷା ଆଇନକୁ ସରକାର ଗୁରୁତ୍ୱ ଦେଉଛନ୍
କୋରାପୁଟ ଜିଲ୍ଲା ପେଟ୍ରୋଲ ପମ୍ପରେ ମିଳୁନି ମୌଳିକ ସୁବିଧା


ଜୟପୁର , 08 ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ରେ ଥିବା ବହୁ ପେଟ୍ରୋଲ ପମ୍ପରେ ମିଳୁନି ମୌଳିକ ସୁବିଧା ପ୍ରଶାସନ ପକ୍ଷରୁ କରାଯାଉ ସଚେତନତା lଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଈଁ ଉତ୍ତମ ମାନର ଦ୍ରବ୍ୟ ଓ ସେବା

ଯୋଗାଇ ଦେବା ଲକ୍ଷ୍ୟରେ ଖାଉଟି ସୁରକ୍ଷା ଆଇନକୁ ସରକାର ଗୁରୁତ୍ୱ ଦେଉଛନ୍ତି ।

ଉପଭୋକ୍ତାଙ୍କୁ ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତି, ଗୋଷ୍ଠୀ ସଂସ୍ଥା

ମାନଙ୍କ ଶୋଷଣରୁ ସୁରକ୍ଷା ପ୍ରଦାନ କରିବା ଏପରି ଆଇନର ଉଦ୍ଦେଶ୍ୟ । ଏହି ଆଇନର

ଖୋଲା ଖୋଲି ଉଲ୍ଲଘଂନ ହେଉଥିବା ଅଭିଯୋଗ ହେଉଛି । ବିଶେଷ କରି ପେଟ୍ରୋଲ

ପମ୍ପର ମାଲିକ ମାନେ ଗ୍ରାହକଙ୍କୁ ଆନୁସଙ୍ଗିକ ସେବା ଯୋଗାଇବାରେ

ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ଗ୍ରାହକ ସୁବିଧା ପାଇଲେ କି ନାହିଁ ତଦାରଖ ହେଉନି ।

ପେଟ୍ରୋଲ ପମ୍ପରେ ଗ୍ରାହକ ଙ୍କ ପାଈଁ କଣ ସୁବିଧା ରହିଛି ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସଚେତନ

କରାଯାଉନାହିଁ । କୋରାପୁଟ ଜିଲ୍ଲା ଜୟପୁର, ସେମିଳିଗୁଡା, କୋରାପୁଟ, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ

ଅଂଚଳରେ ମାଳ ମାଳ ପେଟ୍ରୋଲ ପମ୍ପ ଗଢି ଉଠିଥିବା ବେଳେ ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ

ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି । ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମ କୁ ଉପେକ୍ଷା

କରି ଗ୍ରାହକ ଙ୍କୁ ସେବା ଯୋଗାଉନାହାନ୍ତି । ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ପେଟ୍ରୋଲ ପମ୍ପର ସ୍ଥିତିକୁ ଅନୁଧ୍ୟାନ କଲେ ଖାଉଟି ସୁରକ୍ଷା ଆଇନି ଗୁରୁତ୍ୱ ହରାଇଛି । ଗ୍ରାହକ ଙ୍କୁ ପେଟ୍ରୋଲ ପମ୍ପରେ ପାନୀୟ ଜଳ

ସୁବିଧା ଯୋଗାଇବାରେ ବ୍ୟବସ୍ଥା ଥିଲେ ହେଁ ଅନେକ ସ୍ଥାନରେ ଗ୍ରାହକଙ୍କୁ ଏହି ସେବା ଯୋଗାଇ

ଦିଆଯାଉନି । କାଗଜପତ୍ରରେ ସବୁ କିଛି ଠିକ ଠାକ ରହିଛି । ସେହିଭଳି କିଛି ପେଟ୍ରୋଲ ପମ୍ପରେ ଅଗ୍ନି

ନିରାପତ୍ତା ବ୍ୟବସ୍ଥା ନାହିଁ । କେତେକାଂଶ ରେ ଅଛି ଅଥଚ ତାହା କାମ କରୁନି । ସେହିପରି ପେଟ୍ରୋଲ ପମ୍ପରେ ପ୍ରେସର

ଚେକ ବ୍ୟବସ୍ଥା ବାଧ୍ୟତା ମୂଳକ ହୋଇଥିଲା ବେଳେ ହେଲେ କାଁ ଭାଁ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କେଉଁଠି କେବଳ ନାମ ମାତ୍ର ପ୍ରେସର ଚେକ ମେସିନ ରଖାଯାଇ ଖରାପ ଅଛି ବୋଲି ସଫେଇ ଦିଆଯାଉଛି ।

ସେହିପରି ପେଟ୍ରୋଲ ପମ୍ପରେ ପାଇଖାନା ସୁବିଧା, କମ୍ପୁଟର ବିଲ, ମାଗଣା କଲ ବ୍ୟବସ୍ତାର ସୁବିଧା ଦେବାକୁ ସରକାରୀ ନିୟମ ରହିଛି । ହେଲେ ଏ ସବୁ ସୁବିଧାରୁ ଗ୍ରାହକ ବଞ୍ଚିତ ହେଉଛନ୍ତି । ଶୌଚାଳୟ ସୁବିଧା ୬୦ପ୍ରତିଶତ ସ୍ଥାନରେ ନାହିଁ । କିଛି ସ୍ଥାନରେ ଏହା ରହିଥିଲେ ମଧ୍ୟ ତାହା କର୍ମଚାରୀଙ୍କ ପାଈଁ ଉଦିଷ୍ଟ ବୋଲି କୁହାଯାଉଛି । ସେହିପରି ପେଟ୍ରୋଲ ପମ୍ପରେ ଅଭିଯୋଗ ପୁସ୍ତିକା ରଖିବାର ନିୟମ ରହିଛି । କିଛି ପେଟ୍ରୋଲ ପମ୍ପ କୁ ଛାଡିଦେଲେ ।

ଅଧିକାଂଶ ପେଟ୍ରୋଲ ପମ୍ପରେ ଆଦୌ ଏହି ସୁବିଧା ନାହିଁ । ଅଭିଯୋଗ ପୁସ୍ତିକା ପେଟ୍ରୋଲ ପମ୍ପରେ ରଖିଲେ

ଗ୍ରାହକ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେବା ପାଇଲେ କି ନାହିଁ ସେ ନେଇ ଉଲ୍ଲେଖ କରି ପାରିବେ । ତେଲ କମ୍ପାନୀ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରି ଗ୍ରାହକ ଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଅନ୍ତେ । ଏଣୁ ଏହି ଦିଗ

ପ୍ରତି କୋରାପୁଟ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ମାପ ଓଜନ ବିଭାଗ ଦୃଷ୍ଟି ଦେଲେ ଗ୍ରାହକ ମାନେ

ଉପକୃତ ହୋଇପାରନ୍ତେ ବୋଲି ଅନେକ ଗ୍ରାହକ ମତ ପୋଷଣ

କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande