ଋଷିପୀଠ ଯୋଗୀମଠ ମହୋତ୍ସବ ୧୦ ରୁ
ନୂଆପଡ଼ା,୮ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା କଲେଜ୍ ପଡ଼ିଆରେ ଆସନ୍ତା ଏପ୍ରିଲ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଋଷିପୀଠ ଯୋଗୀମଠ ମହୋତ୍ସବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ମହୋତ୍ସବ କମିଟିର ସଭାପତି ରାଜୁ ଖେମକାଙ୍କ ସଭାପତିତ୍ବରେ ଅନୁଷ୍ଠ
Press meet at tukla


ନୂଆପଡ଼ା,୮ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା କଲେଜ୍ ପଡ଼ିଆରେ ଆସନ୍ତା ଏପ୍ରିଲ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଋଷିପୀଠ ଯୋଗୀମଠ ମହୋତ୍ସବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ମହୋତ୍ସବ କମିଟିର ସଭାପତି ରାଜୁ ଖେମକାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ କମିଟିର ସଦସ୍ୟ ଯୋଗଦେଇ ଚାରି ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଖଡ଼ିଆଳ ବ୍ଲକ ରିଷିଗାଁ ଗ୍ରାମରେ ଥିବା ଯୋଗୀମଠ ପାହାଡ଼ର ଏକ ଗୁମ୍ଫାରେ ଆଦିମ ମାନବ ମାନଙ୍କ ସାଙ୍କେତିକ ଚିହ୍ନ ଆବିଷ୍କୃତ ହୋଇଛି, ଯାହାକି ଖ୍ରୀଷ୍ଟ ପୂର୍ବ ଦଶ ହଜାର ବର୍ଷର ବୋଲି ଖଡ଼ିଆଳର ଭୂତପୂର୍ବ ରାଜା ଡଃ ଜିତାମିତ୍ର ସିଂ ଦେଓ ଦାବି କରିଥିଲେ। ସେହିପରି ରିଷିପିଟି ପାହାଡ଼ରେ ମାଆ ରିସିପିଟେନ୍ ପୂଜା ପାଉଥିବା ବେଳେ ରାଜ୍ୟ ସରକାର ଏହି ଦୁଇ ପାହାଡକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପୂର୍ବକ ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି ଦୁଇ ଐତିହାସିକ ପାହାଡର ପ୍ରଚାର ପ୍ରସାର ସହ ଏ ଅଞ୍ଚଳର କଳା ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ପାଇଁ ମହୋତ୍ସବ ଆୟୋଜନ କରା ଯାଇଛି ବୋଲି ଆୟୋଜକ କମିଟି କହିଛି। ସାମ୍ବାଦିକ ସମ୍ମିଳନୀରେ ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ କମିଟିର ସଭାପତିଙ୍କ ସମେତ ଉପ ସଭାପତି ଦୀନେଶ ପ୍ରସାଦ ତିୱାରୀ, ବୁଦାଙ୍ଗ ଜାନି,ସମ୍ପାଦକ ମାଲ୍ୟବନ୍ତ ସୁନା, ବେଦ ମେହେର, ପ୍ରଶାନ୍ତ ଦାଶ, ବୋଲାଧା ସରପଞ୍ଚ ପ୍ରତିନିଧି ସଦା ତାଣ୍ଡି, ବେଣୁପାଣି ବେହେରା,ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା ପ୍ରମୁଖ ମତାମତ ରଖିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande