ଏପ୍ରିଲ ୧୦ ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ମିଳନୀ
କେନ୍ଦୁଝର, ୦୮ ଏପ୍ରିଲ୍(ହି.ସ.) – ଆଜି ଶିକ୍ଷକ ଭବନ, କେନ୍ଦୁଝର ଠାରେ ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝର ର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପ୍
ଏପ୍ରିଲ ୧୦ ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ମିଳନୀ


କେନ୍ଦୁଝର, ୦୮ ଏପ୍ରିଲ୍(ହି.ସ.) – ଆଜି ଶିକ୍ଷକ ଭବନ, କେନ୍ଦୁଝର ଠାରେ ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝର ର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପ୍ରଥମେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଉପସ୍ଥିତ କର୍ମକର୍ତାମାନଙ୍କ ସହ ବିଶେଷ ଆଲୋଚନା କରିଥିଲେ ଓ ଏହି ସମ୍ମିଳନୀକୁ ଏପ୍ରିଲ ମାସ ୧୦ ତାରିଖ ଦିନ ୧୦-୩୦ ସମୟରେ କେନ୍ଦୁଝରସ୍ଥିତ ଏନ୍ ଏସ୍ ପୋଲିସ ଉଚ୍ଚ ବିଦ୍ୟାଳୟରେ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା। ଏଥିରେ ରାଜ୍ୟ ସ୍ତରୀୟ ନେତୃତ୍ୱ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ରୂପାୟନ ପାଇଁ ପ୍ରସ୍ତୁତି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା।

ଏହାକୁ ସଫଳ କରିବାପାଇଁ ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ରହିବାକୁ ଚିନ୍ତାମଣି ଜେନା, ମଦନ ମୋହନ ଦ୍ୱିବେଦୀ, କ୍ଷୀରୋଦ କୁମାର ରାଉତ, ଭିକାରି ଚରଣ ସାହୁ, ନଳିନୀ ଚନ୍ଦ୍ର ଘଣା, ସୁଶୀଲ କୁମାର ନାୟକ, ବାଙ୍କ ବିହାରୀ ମହାନ୍ତ, କାଶିନାଥ ମହାନ୍ତ, ଗୈ।ରହରି ଗିରି, ପ୍ରସନ୍ନ ପରିଡ଼ା, ନରେନ୍ଦ୍ର କୁମାର ପ୍ରଧାନ, ବଳରାମ ରାଉତ, ଦିଗାମ୍ବର ଗିରି, ଗୋପୀନାଥ ଦାଶ, ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ନିବେଦନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande