କେନ୍ଦ୍ରୀୟ ପ୍ରଭାରୀଙ୍କ ଜିଲ୍ଲାଗସ୍ତ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକର ସମୀକ୍ଷା
ଜୟପୁର, ୦୮ ଏପ୍ରିଲ୍ (ହି.ସ.) - କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ଯୁଗ୍ମ ସଚିବ ତଥା କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ସତ୍ୟଜିତ ମିଶ୍ର ଜିଲ୍ଲା ଗସ୍ତ କରିଛନ୍ତି। ସେ ଗାନ୍ଧିନଗର ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ରୋଗୀ ଓ ଡାକ୍ତ
କେନ୍ଦ୍ରୀୟ ପ୍ରଭାରୀଙ୍କ ଜିଲ୍ଲାଗସ୍ତ  ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକର ସମୀକ୍ଷା


ଜୟପୁର, ୦୮ ଏପ୍ରିଲ୍ (ହି.ସ.) - କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ଯୁଗ୍ମ ସଚିବ ତଥା କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ସତ୍ୟଜିତ ମିଶ୍ର ଜିଲ୍ଲା ଗସ୍ତ କରିଛନ୍ତି। ସେ ଗାନ୍ଧିନଗର ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ରୋଗୀ ଓ ଡାକ୍ତରଙ୍କ ସହ ହସ୍ପିଟାଲରେ ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ଆଲୋଚନା କରିଥିଲେ। ତା'ପରେ ସେ ପୂଜାରୀପୁଟରେ ଥିବା ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଛାତ୍ର ଏବଂ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ସେମିଲିଗୁଡ଼ା ବ୍ଲକର ରାଜପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ, ସେମିଲିଗୁଡ଼ା ବ୍ଲକର ଦଳେଇଗୁଡ଼ାରେ କଫି ନର୍ସରୀ, ପଟାଙ୍ଗି ବ୍ଲକର କରଞ୍ଜଗୁଡ଼ାରେ ଷ୍ଟ୍ରବେରି ଚାଷ, ଦେଓମାଳୀ ପର୍ଯ୍ୟଟନ ସ୍ଥଳର ଭିତିିଭୂମି ବିକାଶ ପରିଦର୍ଶନ କରିଥିଲେ। ଭାରତ ମାଳା ପ୍ରକଳ୍ପର ଓଡ଼ିଶା ମଧ୍ୟରେ ଥିବା ଟନେଲ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ ପ୍ରମୁଖ ଯୁଗ୍ମ ସଚିବଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ। ପରେ ସେ ସଦଭାବନା ସଭା ଗୃହରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମସ୍ତ ସୂଚକର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande