ବିଦ୍ୟାଳୟ ରେ ତାଲା ପକାଇଲେ ଗ୍ରାମବାସୀ
ମାଲକାନଗିରି,୮ ଏପ୍ରିଲ୍ (ହି.ସ.) ମାଲକାନଗିରି ସଦର ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ଏମ୍.ଭି-୯ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରି ବିଦ୍ୟାଳୟ ବଦଳି ପ୍ରମାଣ ପତ୍ର ନ ମିଳିବାରୁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ।ସୁଚନା ମୁତାବକ ଏହି ବିଦ୍ୟାଳୟରେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ କିଛି ମା
ବିଦ୍ୟାଳୟ ରେ ତାଲା ପକାଇଲେ ଗ୍ରାମବାସୀ


ମାଲକାନଗିରି,୮ ଏପ୍ରିଲ୍ (ହି.ସ.) ମାଲକାନଗିରି ସଦର ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ଏମ୍.ଭି-୯ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରି ବିଦ୍ୟାଳୟ ବଦଳି ପ୍ରମାଣ ପତ୍ର ନ ମିଳିବାରୁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ।ସୁଚନା ମୁତାବକ ଏହି ବିଦ୍ୟାଳୟରେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ କିଛି ମାସ ତଳେ ନିଲମ୍ବନ କରା ଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ନୂତନ ଦାୟିତ୍ୱ ନେଇଥିବା ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନଥିଲୋ। ଶିକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ନିୟୋଜିତ କରାଯାଇ ଅତିରିକ୍ତ ତହସିଲଦାର ଓ ପୁଲିସ ପ୍ରଶାସନର ଉପସ୍ଥିତିରେ ତାଲା ଭାଙ୍ଗି ନୂତନ ଦାୟିତ୍ୱ ନେଇଥିବା ଶିକ୍ଷୟିତ୍ରୀ ସରସ୍ୱତୀ ପୁଜାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଗତ ସେପ୍ଟେମ୍ବର ମାସରେ ଦାୟିତ୍ୱ ହସ୍ତାନ୍ତର କରିବା ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ସିଆରସିସିଙ୍କ ଉପସ୍ଥିତିରେ ସମସ୍ତ ନଥିପତ୍ର ହସ୍ତାନ୍ତର କରା ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରବେଶିକା ରେଜିଷ୍ଟର ହସ୍ତାନ୍ତର ହୋଇ ନଥିଲ।। ଏହି ବିଦ୍ୟାଳୟରେ ୪୬ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଏବେ ଏହି ଛାତ୍ରଛାତ୍ରୀ ମାନେ ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ ବଦଳି ପ୍ରମାଣ ପତ୍ର ପାଇଁ ପାରୁନାହାନ୍ତି। ଏ ସମ୍ବନ୍ଧରେ ଗତ କିଛିଦିନ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଜାରୀ ଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇ ପାରିନାହିଁ। ଆଜି ବାଧ୍ୟ ହୋଇ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କୁ ବସାଇ ଧାରଣା ଦେଇଛନ୍ତି। ବଦଳି ପ୍ରମାଣ ପତ୍ର ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande