ଦେଓଗାଁ ବ୍ଲକର ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜର ଶିଘ୍ର ନିର୍ମାଣ ଓ ଜରାସିଂହା ଏବଂ ଦେଓଗାଁ ଠାରେ ନୂତନ ବ୍ୟାରେଜର ସ୍ଥାପନ ପାଇଁ ଦେଓଗାଁ କଂଗ୍ରେସ ର ଦାବିପତ୍ର ପ୍ରଦାନ
ବଲାଙ୍ଗିର, ୦୮ ଏପ୍ରିଲ୍(ହି.ସ.) – ଆଜି ଦେଓଗାଁ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜର ନିର୍ମାଣ କାର୍ଯ ଶିଘ୍ର ଆରମ୍ଭ କରିବା ଦାବୀରେ ଓ ସୋନଗଡ ନଦୀରେ ଦେଓଗାଁ ଓ ଜରାସିଂହା ଠାରେ ନୂତନ ବ୍ୟାରେଜ ସ୍
ଦେଓଗାଁ ବ୍ଲକର ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜର ଶିଘ୍ର ନିର୍ମାଣ ଓ ଜରାସିଂହା ଏବଂ ଦେଓଗାଁ ଠାରେ ନୂତନ ବ୍ୟାରେଜ ର ସ୍ଥାପନ ପାଇଁ ଦେଓଗାଁ କଂଗ୍ରେସ ର ଦାବିପତ୍ର ପ୍ରଦାନ


ଦେଓଗାଁ ବ୍ଲକର ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜର ଶିଘ୍ର ନିର୍ମାଣ ଓ ଜରାସିଂହା ଏବଂ ଦେଓଗାଁ ଠାରେ ନୂତନ ବ୍ୟାରେଜ ର ସ୍ଥାପନ ପାଇଁ ଦେଓଗାଁ କଂଗ୍ରେସ ର ଦାବିପତ୍ର ପ୍ରଦାନ


ବଲାଙ୍ଗିର, ୦୮ ଏପ୍ରିଲ୍(ହି.ସ.) – ଆଜି ଦେଓଗାଁ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜର ନିର୍ମାଣ କାର୍ଯ ଶିଘ୍ର ଆରମ୍ଭ କରିବା ଦାବୀରେ ଓ ସୋନଗଡ ନଦୀରେ ଦେଓଗାଁ ଓ ଜରାସିଂହା ଠାରେ ନୂତନ ବ୍ୟାରେଜ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ପ୍ରକାଶ ଥାଉ କି ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲାରେ ଦେଓଗାଁ ଏକ ପଛୁଆ ଅଂଚଳ ଯେଉଁ ଜାଗାରେ ଜଳସେଚନ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଏ ଅଂଚଳରୁ ବିଧାୟକ ଭାବରେ ପ୍ରତିନିଧିତ୍ୱ କରୁଥିବା ବେଳେ ଜଳସେଚନ ର ଅଭାବକୁ ହୃଦୟଙ୍ଗମ କରି ଚତ୍କାଳିନ ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ, ଓଡିଶା ଙ୍କୁ ସାଙ୍ଗରେ ନେଇ ସିକୁଆଁ ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା ଓ ସେ ସମୟରେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ମଂଜୁରୀ ପାଇଥିଲା। ଏହା ସଙ୍ଗେ ସଙ୍ଗେ ସୋନଗଡ ନଦୀ ଉପରେ ଦେଓଗାଁ ଓ ଜରାସିଂହା ଠାରେ ଆଉ ଦୁଇଟି ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ସରକାର ପାଖରେ ଦାବୀ ରଖିଥିଲେ ବିଭାଗୀୟ ମନ୍ତ୍ରୀ ଏହାର ନିର୍ମାଣ ଉପରେ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଅତି ଦୁଃଖର କଥା ନୂତନ ପ୍ରକଳ୍ପ କଥା ଛାଡନ୍ତୁ ସିକୁଆଁ ଠାରେ ନିର୍ମାଣ ହେବାକୁ ଥିବା ବ୍ୟାରେଜ କୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ମଞ୍ଜୁରୀ ମିଳିଥିଲେ ହେଁ ସରକାର ଗଠନ ହେବାର ଦୁଇ ବର୍ଷ ପୁର୍ତି ହେବାକୁ ଯାଉଅଛି କିନ୍ତୁ ଏହି ପ୍ରକଳ୍ପକୁ ସରକାର ଆଜି ପର୍ଯ୍ୟନ୍ତ ଆରମ୍ଭ କରି ପାରିଲେ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ନା ତ ରାଜ୍ୟ ସରକାର ନା ତ ନିର୍ବାଚିତ ପ୍ରତିନିଧି ଦେଓଗାଁ ଅଂଚଳବାସୀଙ୍କ ଚାଷ ଜମିକୁ ଜଳ ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଯେହେତୁ ନରସିଂହ ମିଶ୍ର ବିଧାୟକ ଥିଲା ବେଳେ ଅଂଚଳବାସୀଙ୍କ ପାନୀୟ ଜଳ ତଥା ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ଏଭଳି ଏକ ପ୍ରକଳ୍ପର ଚିନ୍ତା କରିଥିଲେ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସାଂସଦ ଏହାକୁ କାର୍ଯ୍ୟକ୍ଷମ ନ କରିବାକୁ ଏକ ସୁଚିନ୍ତିତ କରିଛନ୍ତି ବୋଲି କଂଗ୍ରେସ ନେତାମାନେ ଉଦ୍ୱୋଗ ପ୍ରକାଶ କରିଛନ୍ତି।

ଏ ଅଂଚଳର ସମସ୍ତ ଚାଷୀ ତଥା ଜନସାଧାରଣ ଙ୍କ ସହ କଂଗ୍ରେସ ଦଳ ତଥା ଏହାର ନିର୍ବାଚିତ ଜନପ୍ରତିନିଧି ସବୁବେଳେ ରହିଛନ୍ତି ଓ ରହିବେ। ଦେଓଗାଁ ଅଂଚଳର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଦେଓଗାଁ ବ୍ଲକ କଂଗ୍ରେସ କମିଟି ଜିଲ୍ଲା ପ୍ରଶାସନକୁ ଚେତାଇ ଦେଇଛି ଯେ ଆସନ୍ତା ସାତ ଦିନ ମଧ୍ୟରେ ଏହି ତିନି ଗୋଟି ପ୍ରକଳ୍ପ ନିର୍ମାଣ ବାବଦରେ ରାଜ୍ୟ ସରକାର ଯଦି କୌଣସି ପ୍ରକାର ପ୍ରକ୍ରିୟା ଆରମ୍ଭ ନ କରନ୍ତି ତା ହେଲେ କଂଗ୍ରେସ ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ଓ ଦେଓଗାଁ ଠାରେ ଜାତୀୟ ରାଜପଥକୁ ଅବରୋଧ କରି ଗଣତାନ୍ତ୍ରିକ ଉପାୟରେ ଏ ଅଂଚଳର ନ୍ୟାର୍ଯ୍ୟ ଦାବିକୁ ହାସଲ କରିବା ପାଇଁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ କଂଗ୍ରେସ ନେତୃବୃନ୍ଦ କହିଛନ୍ତି। ଆଜିର ଏହି ପ୍ରତିନିଧି ମଣ୍ଡଳିରେ ବ୍ଲକ ଉପାଧ୍ୟକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ବନ୍ଧପଡା ସମିତି ସଭ୍ୟ କାନ୍ତେଶ୍ୱର ପ୍ରଧାନ, ଡୁମେରପିଟା ସମିତି ସଭ୍ୟ ସଂକିର୍ତନ ବାଗ, ହାତିସରା ସମିତି ସଭ୍ୟ ବିଶ୍ୱଜିତ ପାତ୍ର, ସିକୁଆଁ ସରପଂଚ ରାଜ କୁମାର ଭୋଇ, ବଡବନ୍ଧ ସରପଂଚ ଜଗବନ୍ଧୁ ମେହେର, ସାରସମାଲ ସରପଂଚ ଗୋପାଳ କୃଷ୍ଣ ବାଗ, ଜିଲ୍ଲା ଏସ୍ଟି ସେଲ ସଭାପତି ମୟ ପ୍ରଧାନୀ, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, କଂଗ୍ରେସ ନେତା କୈଳାସ ମିଶ୍ର, ପ୍ରଦୀପ ପ୍ରଧାନ, ଅନନ୍ତ ଚୈାହାନ, ମନବୋଧ ହରପାଲ,ଲେକଚର ପ୍ରଧାନ ଗଣ୍ଡାରାମ ପ୍ରଧାନ, ନେହେରୁ ଦୀପ, ଚୈତନ୍ୟ ଛତ୍ରିଆ, ନରଞ୍ଜନ ନାଏକ, ରାହୁଲ ପୋଡ, ସ୍ୱାଧିନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande