ସରକାରୀ ମହିଳା ମହାବିଦ୍ୟାଳୟର ୪୦ ତମ ବାର୍ଷିକ ଉତ୍ସବ
ଜୟପୁର, ୦୮ ଏପ୍ରିଲ୍ (ହି.ସ.) - ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ୪୦ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ
ସରକାରୀ  ମହିଳା ମହାବିଦ୍ୟାଳୟର 40 ତମ ବାର୍ଷିକ ଉତ୍ସବ


ସରକାରୀ  ମହିଳା ମହାବିଦ୍ୟାଳୟର 40 ତମ ବାର୍ଷିକ ଉତ୍ସବ


ଜୟପୁର, ୦୮ ଏପ୍ରିଲ୍ (ହି.ସ.) - ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ୪୦ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ମହେଶ୍ୱର ନାୟକ ଯୋଗ ଦେଇ ଏହି ବାର୍ଷିକ ଉତ୍ସବ ଜୟପୁର ମହିଳା ମହାବିଦ୍ୟାଳୟର ପାରମ୍ପରିକ ଗୌରବକୁ ଆହୁରି ଉଜ୍ୱଳ କରିଛି ଏବପ୍ସ ଛାତ୍ରୀ ମାନଙ୍କ ମଧ୍ୟରେ ସହଯୋଗ ଓ ସୃଜନଶୀଳତାର ଭାବନାକୁ ପ୍ରୋତ୍ସାହିତ କରିଛି। ବାର୍ଷିକ ଉତ୍ସବ କେବଳ ମନୋରଞ୍ଜନ ନୁହେଁ ବରପ୍ସ ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ମଂଚ ପ୍ରଦାନ କରେ ବୋଲି ବିଧାୟକ ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି। ବିଦ୍ୟାଳୟ ର ଭିତି ଭୂମିର ବିକାଶ ସହ ଅଧ୍ୟାପକ ନିଯୁକ୍ତି ପାଇଁ ବିଧାୟକ ଗୁରୁତ୍ୱ ଦେଇଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ସାପ୍ସସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ଗୀତ, ନାଟକ ଓ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦନ କରାଯାଇଥିଲା। ଛାତ୍ରୀ ମାନଙ୍କ ମଧ୍ୟରେ ଗୃପ ଡ୍ୟାନ୍ସ, ସୋଲୋ ଡ୍ୟାନ୍ସ,ଏବପ୍ସ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା। ସରକାରୀ ମହିଳା ମହାବିଦ୍ୟାଳୟ ସ୍ଟୁଡେଂଟ କାଉନସିଲ ର ସଦସ୍ୟ ସଭାନେତ୍ରୀ ଡୋନା ଭୂୟାଁ, ଉପ ସଭାନେତ୍ରୀ ରୁପାଲୀ ପାଣିଗ୍ରାହୀ, ସାଧାରଣ ସମ୍ପାଦିକା ସୁମିତ୍ରା ମିର୍ଧା, ସଂସ୍କୁର୍ତିକ ସମ୍ପାଦିକା ପ୍ରିୟଙ୍କା ରାଣୀ ପାଳ, ଖେଳ ସମ୍ପାଦିକା ପିଙ୍କି ବିଷୋୟୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande