ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.)- ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବନ୍ଦେ ମାତରମ୍’ର ସୃଷ୍ଟା ଏବଂ ପରମ
ଡିପି


ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.)- ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଜୀଙ୍କ ପୁଣ୍ୟତିଥିରେ

ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବନ୍ଦେ ମାତରମ୍’ର ସୃଷ୍ଟା ଏବଂ ପରମ ଦେଶଭକ୍ତ ବଙ୍କିମ

ଚନ୍ଦ୍ର ଚଟ୍ଟୋପାଧ୍ୟାୟଜୀଙ୍କ ନିଧନ ବାର୍ଷିକୀ ଅବସରରେ ତାଙ୍କୁ ଲକ୍ଷେ ଲକ୍ଷ ପ୍ରଣାମ।

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଜୀ ନିଜ ରଚନାମାନଙ୍କ ମାଧ୍ୟମରେ

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଦେଶଭକ୍ତିର ଭାବନା ପ୍ରସାର କରିଥିଲେ ଏବଂ ଭାରତୀୟ ସଂସ୍କୃତି ଓ

ଜାତୀୟ ପରିଚୟକୁ ସୁଦୃଢ କରିଥିଲେ। ତାଙ୍କର ଶବ୍ଦ ଆଜିମଧ୍ୟ ପ୍ରତ୍ୟେକ ଭାରତବାସୀଙ୍କ ହୃଦୟରେ

ଦେଶପ୍ରେମର ଅଗ୍ନିକୁ ପ୍ରଜ୍ୱଳିତ କରେ ଏବଂ ଯୁବ ଓ ଦେଶଭକ୍ତମାନଙ୍କ ପାଇଁ ଅମୂଲ୍ୟ ପ୍ରେରଣାର

ସ୍ରୋତ ରୂପେ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande