ନାବାଳକ ଘଟଣାକୁ ନେଇ ଆପର ବ୍ରହ୍ମଗିରି ଥାନା ସମ୍ମୁଖରେ ଧାରଣା
Puri , odisha, 08 ଏପ୍ରିଲ୍ (ହି.ସ.) ନାବାଳକ ଘଟଣାକୁ ନେଇ ଆପର ବ୍ରହ୍ମଗିରି ଥାନା ସମ୍ମୁଖରେ ଧାରଣା ପୁରୀ,୮/୪- ଆମ ଆଦମୀ ପାର୍ଟି ପକ୍ଷରୁ ନାବାଳକକୁ ବେକରେ ଚୋର ଲେଖି ଚଲାଇବା ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ ମୁଖ୍ଯ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ବୁଧବାର ପୂର୍
ନାବାଳକ ଘଟଣାକୁ ନେଇ ଆପର ବ୍ରହ୍ମଗିରି ଥାନା ସମ୍ମୁଖରେ ଧାରଣା


Puri , odisha, 08 ଏପ୍ରିଲ୍ (ହି.ସ.)

ନାବାଳକ ଘଟଣାକୁ ନେଇ ଆପର

ବ୍ରହ୍ମଗିରି ଥାନା ସମ୍ମୁଖରେ ଧାରଣା

ପୁରୀ,୮/୪- ଆମ ଆଦମୀ ପାର୍ଟି ପକ୍ଷରୁ ନାବାଳକକୁ ବେକରେ ଚୋର ଲେଖି ଚଲାଇବା ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ ମୁଖ୍ଯ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ବୁଧବାର ପୂର୍ବାହ୍ନରେ ଆମ ଆଦମୀ ପାର୍ଟି ପୁରୀଜିଲ୍ଲା ପକ୍ଷରୁ ବ୍ରହ୍ମଗିରି ଥାନା ସମ୍ମୁଖରେ ଧାରଣା ଦେବାସହ ଘେରାଉ କରିଥିଲେ । ବ୍ରହ୍ମଗିରି ଥାନା ଅନ୍ତର୍ଗତ ବ୍ରହ୍ମଗିରି ବଜାରରେ ଦିନ ଦ୍ୱିପ୍ରହରରେ ଜଣେ ନାବାଳକଙ୍କ ହାତ ବାନ୍ଧି, ବେକରେ ଫ୍ଲାକ୍ କାର୍ଡ ପକାଇ ସାର୍ବଜନୀନ ଭାବେ ବୁଲାଇବା ଘଟଣାକୁ ଆଜି ଦୀର୍ଘ କୋଡ଼ିଏ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଦଳ ଗଭୀର କ୍ଷୋଭ ପ୍ରକାଶ କରିଛି। ଆମ୍ ଆଦମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି କହିଛନ୍ତି ଯେ, ପୋଲିସର ଏହି ନିଷ୍କ୍ରିୟତାର କାରଣ ହେଉଛି ଅଭିଯୁକ୍ତ ସ୍ଥାନୀୟ ବିଧାୟିକାଙ୍କ ନିକଟତମ ଲୋକ। ଏହି କାରଣରୁ ପୋଲିସ ନିରପେକ୍ଷ ଭାବେ କାମ କରିବାରେ ଅସମର୍ଥ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ସଭାପତି ଯୁଧିଷ୍ଟିର ବାରିକ, ଜିଲ୍ଲା ମହିଳା ସଭାନେତ୍ରୀ ତପସ୍ୱିନୀ ଜଗଦେବ, ସାଧାରଣ ସମ୍ପାଦକ ସତ୍ୟଜିତ୍ ମହାନ୍ତି, ରାଜ୍ୟ ଲିଗାଲ ସେଲ୍ ସଭାପତି ସିଦ୍ଧାର୍ଥ ପରିଡ଼ା, ଉପସଭାପତି ଅନୀଲ ସେନାପତି, ରବୀନ୍ଦ୍ରନାଥ ସାହୁ, ପୁରୀ ନଗର ସଭାପତି ରମାକାନ୍ତ ସ୍ୱାଇଁ, ସୁଦର୍ଶନ ପଲେଇ,ବିଶ୍ୱଜିତ୍ ପରିଡ଼ା, ଉମାକାନ୍ତ ସାହୁ, ଲିଙ୍ଗରାଜ ପାତ୍ର, ଉମାରାଣୀ ଦଳାଇ, ସୁଜାତା ଦଳାଇ, ଭାନୁମତୀ ଦଳାଇ, ମନି ପାଣ୍ଡେ, ଘନଶ୍ୟାମ ବେହେରା ସମେତ ଦଳର ଶତାଧିକ କର୍ମୀ ଯୋଗଦେଇଥିଲେ। ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ନାବାଳକଙ୍କ ପିତା ନ୍ୟାୟ ପାଇବା ଆଶାରେ ଥାନାକୁ ବାରମ୍ବାର ଦୌଡ଼ି ଦୌଡ଼ି ଏବେ ନିରାଶ ଓ ନିରୁପାୟ ଅବସ୍ଥାରେ ଦିନ କାଟୁଛନ୍ତି। ସେ ନିଜ ଜୀବନ ପ୍ରତି ମଧ୍ୟ ବିପଦ ଥିବା କଥା ଜଣାଇଛନ୍ତି।ଆମ୍ ଆଦମୀ ପାର୍ଟି ଏହି ଘଟଣାରେ ତୁରନ୍ତ ଓ ନିରପେକ୍ଷ ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କଠୋର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଆପ ଦାବି କରିଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ନକଲେ ଆପ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande