ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଏନସିପି ନେତା ପାର୍ଥ ପାୱାର
ନୂଆଦିଲ୍ଲୀ, ଏପ୍ରିଲ୍ 9 (ହି.ସ): ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ର ନେତା ପାର୍ଥ ପାୱାର ଗୁରୁବାର ଦିନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦ ଭବନରେ ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥି
ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଏନସିପି ନେତା ପାର୍ଥ ପାୱାର


ନୂଆଦିଲ୍ଲୀ, ଏପ୍ରିଲ୍ 9 (ହି.ସ): ଜାତୀୟତାବାଦୀ କଂଗ୍ରେସ ପାର୍ଟି

(ଏନସିପି) ର ନେତା ପାର୍ଥ ପାୱାର ଗୁରୁବାର ଦିନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।

ସଂସଦ ଭବନରେ ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ

କରାଇଥିଲେ।

ଏହି ଅବସରରେ ଗୃହ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଏନସିପି ନେତା ତଥା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର, ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଏବଂ

ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

35 ବର୍ଷୀୟ ପାର୍ଥ ପାୱାର, ଏନସିପି. ନେତା ଅଜିତ ପାୱାରଙ୍କ ପୁଅ, ଯିଏ ଜାନୁଆରୀ 28

ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ପୂର୍ବରୁ ତାଙ୍କ ପତ୍ନୀ ସୁନେତ୍ରା ପାୱାର

ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ, କିନ୍ତୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବା ପରେ ସେ

ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପାର୍ଥ ପାୱାର ରାଜ୍ୟସଭାକୁ ନିର୍ବାଚିତ

ହୋଇଥିଲେ।

ପୂର୍ବରୁ ପାର୍ଥ ପାୱାର 2019ରେ ମାଭାଲ ଲୋକସଭା ଆସନରୁ

ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande