
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଗିରଫ ହେଲେ
କୋଟିପତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା
ଭିଜିଲାନ୍ସ ।
ଚଢ଼ାଉ ବେଳେ ବାବୁଙ୍କ ଘରୁ
ମିଳିଥିଲା ନଗଦ ୬.୨୩ ଲକ୍ଷ ଟଙ୍କା । ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍ ସହ ୩୫୦ ଗ୍ରାମ ସୁନା
ଠାବ ହୋଇଥିଲା । ବହୁତଳ କୋଠା ସହ ୮ଟି ପ୍ଲଟ୍ ଓ ଗୋଟିଏ ଫାର୍ମ ହାଉସ୍ ଠାବ ହୋଇଥିଲା ।
ଏଠାରେ ସୂଚନାଯୋଗ୍ୟ, ଆୟ
ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଗତକାଲି ଭିଜିଲାନ୍ସ
ଚଢ଼ାଉ କରିଥିଲା । ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ଆବାସିକ ୩ ମହଲା କୋଠା, ଯାଜପୁର ବଡଚଣାରେ ଥିବା ପୈତୃକ ଘର, ଢେଙ୍କାନାଳ ଦେଉଳା ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵରରେ ଥିବା ତାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳର ଭାପୁରରେ ଥିବା ଏକ ଦୁଇ ମହଲା କୋଠା ଏବଂ ଫାର୍ମ ହାଉସ, କଟକ ଜିଲ୍ଲା ଚାଉଳିଆଗଞ୍ଜର ନୟାବଜାରଠାରେ ଥିବା ତାଙ୍କ ନିକଟତମ
ସହଯୋଗୀଙ୍କ ଘରେ ଚଢାଉ କରିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା