ବରିଷ୍ଠ ଅଧିବକ୍ତା ଦୁର୍ଗା ରାୟମହାପାତ୍ରଙ୍କ ବିୟୋଗ
ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ କୋର୍ଟର ବରିଷ୍ଠ ଅଧିବକ୍ତା, ବର୍ତମାନ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟର ସରକାରୀ ଓକିଲ ତଥା ସମାଜସେବୀ ଦୁର୍ଗା ପ୍ରସନ୍ନ ରାୟମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ପୁତ୍ର ଓ କନ୍ୟା ଉପସ୍ଥିତ ଥ
ADVOCATE DURGA PRASANNA RAY MOHAPATRA DEATH


ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ କୋର୍ଟର ବରିଷ୍ଠ ଅଧିବକ୍ତା, ବର୍ତମାନ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟର ସରକାରୀ ଓକିଲ ତଥା ସମାଜସେବୀ ଦୁର୍ଗା ପ୍ରସନ୍ନ ରାୟମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ପୁତ୍ର ଓ କନ୍ୟା ଉପସ୍ଥିତ ଥିଲେ। ସେ ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥାଇ ଆନୁସଂଗିକ ରୋଗର ଶିକାର ହୋଇ ଚିକିତ୍ସାଧୀନ ଥିଲେ। ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇ ଯାଇଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶ୍ରୀ ରାୟମହାପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶଯୋଗ୍ୟ ଶ୍ରୀ ରାୟମହାପାତ୍ର ବାରିପଦା ସ୍ଥିତ ଏମପିସି କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବାଣୀ ବିହାରରେ ରାଜନୀତି ବିଜ୍ଞାନରେ ସ୍ନାତକୋତର ଡିଗ୍ରୀ ହାସଲ ପରେ ଆଇନ ଡିଗ୍ରୀ ହାସଲ କରି ଭଦ୍ରକ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ଭଦ୍ରକ କୋର୍ଟର ଏସଡିଜେଏମ କୋର୍ଟରେ ଏପିପି, ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଓଡ଼ିଶା ପାଇଁ ଆଇନ ସହାୟକ ଭାବେ ନିଯୁକ୍ତି ପାଇଥିଲେ। ଏବେ ସେ ଭଦ୍ରକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ଙ୍କ କୋର୍ଟରେ ଏପିପି ଭାବେ କାର୍ଯ୍ୟରତ ଥିଲେ। ଏହା ବ୍ୟତୀତ ସେ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ମହାଯଜ୍ଞ କମିଟିର ସମ୍ପାଦକ ଭାବେ ମଧ୍ୟ ଦୀର୍ଘଦିନ ଧରି ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ମୃତ୍ୟୁରେ ଭଦ୍ରକ ବାର ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ ରାଜ୍ୟ ସଦସ୍ୟ ପବନ ଶର୍ମା, ଭଦ୍ରକ ବାର ସଭାପତି ଅରୁଣ ଚାନ୍ଦ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବରିଷ୍ଠ ଅଧିବକ୍ତା ଗଦାଧର ବଳଙ୍କ ସମେତ ବହୁ ଆଇନଜୀବୀ ଶୋକବ୍ୟକ୍ତ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande