ଧୁଙ୍ଗିଆପୁଟ ଗ୍ରାମରେ ଗୋହତ୍ୟା ଅଭିଯୋଗ : ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ
ମାଲକାନଗିରି, ୧୨ ମଇ (ହି.ସ.)- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଧୁଙ୍ଗିଆପୁଟ ଗ୍ରାମ ନିକଟରେ ମାଂସ ପାଇଁ ଗୋ-ମାତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ବିକ୍ରି କରାଯାଉଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏକ ମହୁଲ ଗଛ ତଳେ ଗୋବଂଶ କଟାଯାଉଥିବାର କିଛି ଫଟୋ ଓ ଭିଡିଓ
ଧୁଙ୍ଗିଆପୁଟ ଗ୍ରାମରେ ଗୋହତ୍ୟା ଅଭିଯୋଗ : ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବିକରିଛି ବିଶ୍ବ ହିନ୍ଦୁ ପରିଷଦ


ମାଲକାନଗିରି, ୧୨ ମଇ (ହି.ସ.)- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଧୁଙ୍ଗିଆପୁଟ ଗ୍ରାମ ନିକଟରେ ମାଂସ ପାଇଁ ଗୋ-ମାତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ବିକ୍ରି କରାଯାଉଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏକ ମହୁଲ ଗଛ ତଳେ ଗୋବଂଶ କଟାଯାଉଥିବାର କିଛି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣାକୁ ନେଇ ଆଜି ବିଶ୍ଵ ହିନ୍ଦୁ ପରିଷଦ(ବିଏଚପି)ର ଜିଲ୍ଲା ସଭାପତି ନୀଳମଣି ପ୍ରଧାନ, ସ୍ୱାମୀ ମାଧବ ଚୈତନ୍ୟ ମହାରାଜ, ପ୍ରକାଶ ପାଣିଗ୍ରାହୀ, ବାଲାରାଜୁ ପାଢ଼ୀ ଓ ଅଭିଜିତ୍ ବଣିକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ସୂଚନା ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଥିଲି ଥାନାକୁ ଘଟଣାର ସଠିକ୍ ତଦନ୍ତ କରି ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏହି ଘଟଣା ପରେ ସାଧାରଣ ଲୋକଙ୍କ ନଜର ଏବେ ପୁଲିସ ଓ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ରହିଛି । ତଦନ୍ତ ପରେ ପ୍ରଶାସନ କେମିତି କାର୍ଯ୍ୟାନୁଷ୍ଠାନ ନେବ, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande