
ଗଞ୍ଜାମ, ୧୨ ମଇ (ହି.ସ.)- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମ ମୂଖ୍ୟ ରାସ୍ତାରେ ଆଜି ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିଣ୍ଟୁ ସେଠୀଙ୍କୁ ଘାତକ ଆକ୍ରମଣ ପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ପଠାଯାଇଛି। ବ୍ରହ୍ମପୁର ଏସପି, ସଦର ଏସଡିପିଓ ଓ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଶିବଶଙ୍କର ସାହୁଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତନାଘନା ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ