ଦୋଳସାହି ଶିଶୁ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ
ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ ଦୋଳସାହି ସ୍ଥିତ ଆଶ୍ରମ ନିକଟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦୋଳସାହିର ପ୍ରଥମ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ରଘୁନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ବାସୁଦେବପୁର ସଂକୁଳର ସଂକୁଳ ପ୍
DOLASAHI SISHU MANDIRA FUNCTION


ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ ଦୋଳସାହି ସ୍ଥିତ ଆଶ୍ରମ ନିକଟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦୋଳସାହିର ପ୍ରଥମ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ରଘୁନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ବାସୁଦେବପୁର ସଂକୁଳର ସଂକୁଳ ପ୍ରମୁଖ କିଶୋର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତି ଆଧାରିତ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିବା ବେଳେ ଜୟପୁର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁ ମନ୍ଦିର ଯୋଜନା ଏକ ପରିଚୟ ଓ ଶୈକ୍ଷିକ ଦିଗରେ ଶିଶୁ ମନ୍ଦିରର ବିକାଶ ଉପରେ ଆଲୋକପାତ କରିଥିଲେ। ସମାଜସେବୀ ଶୁରେଶ ଚନ୍ଦ୍ର ମହାନ୍ତି ଓ ମହେଶ ପ୍ରସାଦ ଦାସ ସମ୍ନାନିତ ଅତିଥିମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଚାଳନା କମିଟି ସମ୍ପାଦକ ସୁଦର୍ଶନ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ସଂଜୀବନି ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ପରିଚାଳନା କମିଟିର ସହସମ୍ପାଦକ ଶିବ ଚରଣ ଖାମୁରାଇ ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନା କମିଟିର କୋଷାଧ୍ୟକ୍ଷ ଧନେଶ୍ୱର ବିଶ୍ୱାଳ,ସୁକାନ୍ତ କୁମାର ନାୟକ, ଉମାକାନ୍ତ ସାମଲ,ଦ୍ରୌପଦୀ ସାହୁ,ପ୍ରତାପ ଭଟ୍ଟାଚାର୍ଯ୍ୟ,ଦିଲୀପ କୁମାର ଓଝା ପ୍ରମୁଖ ଉପସ୍ଥିତଥିଲେ। ଗୁରୁମା ରୂପ୍ସିତା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।ଏହିଅବସରରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande