
କୁଟାସିଂହା ବ୍ୟାରେଜ ଶୀଘ୍ର ଆରମ୍ଭ କରିବାକୁ ଦାବି
ବଲାଙ୍ଗୀର, ୧୨ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଥିବା ଅଙ୍ଗନଦୀର ତଳ ମୁଣ୍ଡ ଉଭୟ ପଟର ଗ୍ରାମମାନଙ୍କରେ ପାନୀୟ ଜଳର ଉତ୍କଟ ସମସ୍ୟା ବଢ଼ିବାରେ ଲାଗିଛି, ଗ୍ରୀଷ୍ମ ପ୍ରବାହ ସମୟରେ ପିଇବା ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି। ଯାହାର ଜ୍ୱଳନ୍ତ ଉଦାହରଣ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ର ବଡ଼ ଗ୍ରାମ ଦିଗସିରା, ଗୋଟିଏ ଗାଁ ଗୋଟିଏ ଗ୍ରାମ ପଂଚାୟତ। ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଂଚାୟତର ଡୁଙ୍ଗୁରିପାଳି ଗ୍ରାମ। ଅଙ୍ଗନଦୀର ପାଣି ସ୍ରୋତ କମିଯିବାରୁ ଏହି ଗ୍ରାମମାନଙ୍କରେ ଆବଶ୍ୟକ ପାଣି ମିଳିପାରୁ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ଭୁତଳ ଜଳକୁ ସଂଗ୍ରହ କରିବାକୁ ଏସବୁର ଆବଶ୍ୟକତାକୁ ମେଂଟାଇବାକୁ ଯଥା ପିଇବା ପାଣି, ଚାଷ ପାଇଁ ପାଣି, ପଶୁ ପକ୍ଷୀଙ୍କ ପାଇଁ ପାଣି, ମାଛ ଚାଷ ପାଇଁ ଭୂତଳ ଜଳକୁ ବ୍ୟାରେଜ ନିର୍ମାଣ ଆରମ୍ଭ କରିବାକୁ ପ୍ରସ୍ତାବ ରଖି ବିଗତ ସରକାର କୁଟାସିଂହା ଗ୍ରାମରେ ଏକ ନଦୀ ଗର୍ଭରେ ବ୍ୟାରେଜ୍ ନିର୍ମାଣ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପ୍ରକଳ୍ପ ହେଲେ ବଲାଙ୍ଗୀର ଜିଲ୍ଲାର ଓ ସୋନପୁର ଜିଲ୍ଲାର ୩୦ଗୋଟି ଗ୍ରାମର ଲୋକ ଉପକୃତ ହେବେ ବୋଲି ଅଂଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକମାନେ ମତାମତ ଦେଇଛନ୍ତି। ଏଥିପାଇଁ ବାରମ୍ବାର ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଜଣାଇଥିବା କହିଛନ୍ତି। ତେଣୁ ଶୀଘ୍ର ବିଭାଗୀୟ ଅଧିକାରୀମାନେ ଏ କାମ ବା ନଦୀ ଗର୍ଭ ଜଳ ଅମଳ ପ୍ରକଳ୍ପ ବ୍ୟାରେଜ ନିର୍ମାଣ କରିବାକୁ ଅଂଚଳରେ ଦାବି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ