
---------------
ଜୟପୁର ୧୨ ମେ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୮ ଶହ ଲିଟର ପୋଚ ଓ ୧୪୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି । ସେହିପରି ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ରଣ୍ଡାପାଲ୍ଲି ରାସ୍ତାରେ ଚଢାଉ କରି ଜଣେ ମହିଳା କୁ ଗିରଫ କରି ତା ଠାରୁ ୧୩ ଲଟର ଦେଶି ମଦ ଜବତ କରିଛି । ସେହିପର ି ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଦେଶି ମଦ ଚାଲାଣ ସୁଚନା ପାଇ ନିଳାଗୁଡା ରାସ୍ତାରେ ଚଢାଉ କରି ସ୍ଲୁଟି ସହ ୧୦ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି