୪ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଚଳିତ ବର୍ଷର ମାଟ୍ରିକ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦ୍ରାପଡ଼ା ସହର ହୋଟେଲ ଗୋଲଡେନ ପ୍ୟାଲେସରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲା ଟପ୍ପର
୪ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ନ୍ଧନା


କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଚଳିତ ବର୍ଷର ମାଟ୍ରିକ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦ୍ରାପଡ଼ା ସହର ହୋଟେଲ ଗୋଲଡେନ ପ୍ୟାଲେସରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲା ଟପ୍ପର ମାନଙ୍କୁ ଉପଢୌକନ ଓ ଅର୍ଥ ରାଶି ସହ ସମିତିର ସଭାପତି ବିଶିଷ୍ଟ ସମବାୟବିତ ଶ୍ରୀ ପ୍ରମୋଦ କୁମାର ସାହୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରତିଭାମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବଦର୍ଶୀ ମଣ୍ଡଳ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଜନ୍ମେଜୟ ମହାନ୍ତି, ଯାଜପୁର ଜିଲ୍ଲା ନୀଳକଣ୍ଠପୁର ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ସାହୁ, ଜଗତସିଂହପୁର ଜିଲ୍ଲା ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ପଲାଇ। ଏହି ଅବସରରେ ଶ୍ରୀ ସାହୁ କହିଲେ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ବୃଦ୍ଧି ପାଇଥାଏ। ଏହାଦ୍ୱାରା ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଂଚିବା ସହଜ ହୋଇଥାଏ। ସମିତି ପ୍ରତିବର୍ଷ ମାଟ୍ରିକ ଟପ୍ପର, ଯୁକ୍ତଦୁଇ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ। ସେହିପରି ବନ୍ୟା, ବାତ୍ୟା, ପ୍ରାକୃତିକ ଦୁର୍ବିପାକ ସମୟରେ ବିପନ୍ନମାନଙ୍କୁ ସହାୟତାର ହାତ ବଢାଇ ଥାଏ। ଏହାସହ ଦୁରାରୋଗ୍ୟରେ ପଡ଼ିଥିବା ରୋଗୀମାନଙ୍କୁ ମଧ୍ୟ ସହାୟତାର ହାତ ବଢ଼ାଇ ଥାଏ। ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ସମିତିର ସମ୍ପାଦକ ଅରବିନ୍ଦ ସାହୁ, ଅତିରିକ୍ତ ସମ୍ପାଦକ ମନୋଜ କୁମାର ସାହୁ, ନୋଡାଲ ମ୍ୟାନେଜର ଦିଲ୍ଲୀପ କୁମାର ସ୍ୱାଇଁ, ମୁଖ୍ୟ କାର୍ୟ୍ୟାଳୟ ପରିଚାଳିକା ଅନୁରକ୍ତା ସାମନ୍ତରାୟ, ମୁଖ୍ୟ ଶାଖାର ବରିଷ୍ଠ ଶାଖା ପରିଚାଳକ ପଙ୍କଜ କୁମାର ମଲ୍ଲିକ, ଅଡିଟ ଅଫିସର ମଦନ ମୋହନ ଖୁଂଟିଆ, ଆକାଉଂଟସ ଅଫିସର ତ୍ରିଲୋଚନ ପାତ୍ର, ଋଣ ପରିଚାଳକ ସୟଦ ଅନୱାରଙ୍କ ସମେତ କୃତୀ ଛାତ୍ର ଛାତ୍ରୀଙ୍କ ପିତାମାତା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande