
କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟ୍ର ରାମନଗର ଶାକା ପକ୍ଷରୁ ଅଗ୍ନି ବିପନ୍ନ ପରିବାରକୁ ଆର୍ôଥକ ସହାୟତା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ମହାକାଳପଡ଼ା ବ୍ଲକ ଜମ୍ବୁ ପଂଚାୟତର ମଧ୍ୟ ଜମ୍ବୁ ଗ୍ରାମର ରୀନାରାଣୀ ପ୍ରଧାନଙ୍କ ବାସଗୃହ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟର ପ୍ରତିଷ୍ଠାତା ସଭାପତି ପ୍ରମୋଦ କୁମାର ସାହୁ, ନିଦ୍ଦେର୍ଶକ ଦିଲିପ ରାଉତ, ରାମନଗର ଶାଖା ପରିଚାଳକ ସାନ୍ତନୁ ସାହୁ ପ୍ରମୁଖ ବିପନ୍ନ ପରିବାର ନିକଟରେ ପହଂଚି ଅବସ୍ଥା ପର୍ଯ୍ୟବେକ୍ଷଣ କରିଥିଲେ ଓ ପରିବାରର ମୁଖ୍ୟ ହେନାରାଣୀ ଓ ତାଙ୍କ ପୁଅ ସାଗର ପ୍ରଧାନଙ୍କୁ ଭେଟି ନଗଦ ୧୦ ହଜାର ଟଙ୍କା, ବାସନକୁସନ, ଲୁଗାପଟା ଓ ଡାଲି ଚାଉଳ ପ୍ରଭୃତି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ସହାୟତା ପ୍ରଦାନ ସମୟରେ ସୋସାଇଟର ବୁଦ୍ଧଦେବ ପ୍ରଧାନ, ଅଶୋକ ଦିଗଲ, ଆଲୋକ ସ୍ୱାଇଁ ଓ ସ୍ଥାନୀୟ ସରପଂଚ ବିଶ୍ୱଜିତ ବସୁ ଓ ସମାଜସେବୀ ଅଭୟ ସାମଲ, ସୁଜିତ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ପୀଡ଼ିତଙ୍କୁ ଏଭଳି ସହାୟତା ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି