

ଡାଟା ସାଇନ୍ସ ଏବଂ ଏ.ଆଇ. ତଥା ମ୍ୟାନେଜମେଂଟ ଏବଂ ପବ୍ଲିକ ପଲିସି ପାଠ୍ୟକ୍ରମ,
ଏନ.ଇ.ପି. ଅନୁଯାୟୀ ଏକାଧିକ ପ୍ରସ୍ଥାନ ବିକଳ୍ପର ସୁବିଧା
ସମ୍ବଲପୁର, ୧୨, ମେ (ହି.ସ.) ଭାରତର ଅନ୍ୟତମ ପ୍ରତିଷ୍ଠିତ ପରିଚାଳନା ଶିକ୍ଷାନୁଷ୍ଠାନ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ ସମ୍ବଲପୁର, ୨୦୨୬ ଶିକ୍ଷାବର୍ଷ ପାଇଁ ଏହାର ଦ୍ୱିତୀୟ ବ୍ୟାଚ୍ ଚାରି ବର୍ଷିଆ ବିଜ୍ଞାନ ସ୍ନାତକ (ବି.ଏସ.) ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ କରୁଛି। ଏହି ଅନୁଷ୍ଠାନରେ ଦୁଇଟି ବିଜ୍ଞାନ ସ୍ନାତକ ପାଠ୍ୟକ୍ରମ ରହିଛି - ଡାଟା ସାଇନ୍ସ ଏଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ବି.ଏସ.ଏବଂ ମ୍ୟାନେଜମେଂଟ ଏଣ୍ଡ ପବ୍ଲିକ ପଲିସିରେ ବି.ଏସ.। ଜାତୀୟ ଶିକ୍ଷା ନୀତି (ଏନ.ଇ.ପି.) ୨୦୨୦ ର ଲକ୍ଷ୍ୟକୁ ଧ୍ୟାନରେ ରଖି ଏହି ଦୁଇଟିଯାକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସାମ୍ପ୍ରତିକ ବୃତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଡାଟା ସାଇନ୍ସ, ପରିଚାଳନା, ସର୍ବସାଧାରଣ ନୀତି ଏବଂ ସ୍ଥାୟୀତ୍ୱ ପରି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ବର୍ତମାନର କାର୍ଯ୍ୟ ସଂସ୍କୃତି ପାଇଁ ଆବଶ୍ୟକ ବୈଷୟିକ ଏବଂ କୋମଳ ଦକ୍ଷତା ହାସଲ କରିବାର ସୁଯୋଗ ପ୍ରଦାନ କରୁଛି। ସ୍ନାତକ ପାଠ୍ୟକ୍ରମର ପ୍ରମୁଖ ବିଶେଷତ୍ୱରେ ନୂତନ ଶିଳ୍ପ ଧାରା ଏବଂ ଏକାଡେମିକ ଅନୁସନ୍ଧାନ ସହିତ ସମାନତା ରକ୍ଷା କରୁଥିବା ପାଠ୍ୟଖସଡ଼ା। ବହୁମୁଖୀ ପାଠ୍ୟକ୍ରମ ଯାହା ପରିଚାଳନା, ବିପଣନ, ପ୍ରଯୁକ୍ତିବିଦ୍ୟା, ଏ.ଆଇ., ପରିଚାଳନା ପ୍ରକ୍ରିୟା, ନୀତି ଏବଂ ବିଶ୍ଳେଷଣକୁ ଏକତ୍ର କରିଥାଏ।
ଲାଇଭ୍ ପ୍ରୋଜେକ୍ଟ, ଇଣ୍ଟର୍ନସିପ୍, ଶିଳ୍ପ ସହଯୋଗ ଏବଂ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ବାସ୍ତବ ଦୁନିଆର ଅଭିଜ୍ଞତା। ଶେଷ ବର୍ଷରେ କ୍ୟାପଷ୍ଟୋନ୍ ପ୍ରୋଜେକ୍ଟ ଏବଂ ନିବନ୍ଧ (ଡିସର୍ଟେସନ୍) ଯାହା ବାସ୍ତବ ଜୀବନର ସମସ୍ୟାର ସମାଧାନ କରିଥାଏ। ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଏବଂ ଏ.ଆଇ. ବିଶେଷଜ୍ଞଙ୍କ ସହାୟତାରେ ପ୍ରସ୍ତୁତ ଶିଳ୍ପ-କୈନ୍ଦ୍ରିକ ମଡ୍ୟୁଲ୍। ଏନ.ଇ.ପି. ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସ୍ଥାନ ପ୍ରମାଣପତ୍ର (୧ମ ବର୍ଷ), ଡିପ୍ଲୋମା (୨ୟ ବର୍ଷ), ଡିଗ୍ରୀ (୩ୟ ବର୍ଷ), ଅନର୍ସ (୪ର୍ଥ ବର୍ଷ)। ଆନ୍ତଃ-ଶୃଙ୍ଖଳିତ ଏବଂ ଦକ୍ଷତା ଭିତିକ ଶିକ୍ଷାକୁ ସମର୍ଥନ କରିବା ପାଇଁ 'କୋର୍ସେରା'ର ସମନ୍ୱିତ ସୁବିଧା।
ଏହି ପାଠ୍ୟଖସଡ଼ା ଅନୁଭୂତି ଏବଂ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଆଧାରିତ, ଯେଉଁଥିରେ ଏ.ଆଇ. ସକ୍ଷମ ଶ୍ରେଣୀଗୃହ, ଶିଳ୍ପ ସହଯୋଗ, ବ୍ୟବହାରିକ ପ୍ରୟୋଗ, କେସ୍-ଷ୍ଟଡି ଭିତିକ ଶିକ୍ଷାଦାନ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା କର୍ମଶାଳା ଆୟୋଜନ କରାଯାଏ। ଛାତ୍ରଛାତ୍ରୀମାନେ କର୍ପୋରେଟ୍ ଇଂଟର୍ନସିପ୍ (୪ ସପ୍ତାହ ପାଇଁ) ଏବଂ ସାମାଜିକ ଇଂଟର୍ନସିପ୍ (୨ ସପ୍ତାହ ପାଇଁ) କରିବାର ସୁଯୋଗ ପାଇବେ, ଯାହା ଦ୍ୱାରା ସେମାନେ ବିଭିନ୍ନ ବିଷୟରେ ବ୍ୟବହାରିକ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରିପାରିବେ। ଏହି ବିଷୟରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈସୱାଲ କହିଛନ୍ତି, ଏହି ବି.ଏସ. ପାଠ୍ୟକ୍ରମଗୁଡ଼ିକ ପାରମ୍ପରିକ ତାତ୍ୱିକ ଶିକ୍ଷାରୁ ଉର୍ଦ୍ଧ୍ୱକୁ ଯାଇ ଏକ ଅଭ୍ୟାସ-କୈନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସମାଲୋଚନାତ୍ମକ ଚିନ୍ତାଧାରା, ଡିଜାଇନ୍ ଚିନ୍ତାଧାରା, ସିମ୍ୟୁଲେସନ୍ ଏବଂ ବ୍ୟକ୍ତିଗତ ବ୍ରାଣ୍ଡିଂ ମାଧ୍ୟମରେ ଆମର ଛାତ୍ରଛାତ୍ରୀ ମାନେ ଜଟିଳ ବାସ୍ତବିକ ଆହ୍ୱାନ ଗୁଡ଼ିକର ସମାଧାନ କରିବା ପାଇଁ ସକ୍ଷମ ହେବେ। ପ୍ରଯୁକ୍ତିବିଦ୍ୟା ଏବଂ ଡାଟା-ଚାଳିତ ନିଷ୍ପତି ଗ୍ରହଣ ଉପରେ ଅଧିକ ଗୁରୁତ୍ୱ ଦେଇ ଆମେ ଭବିଷ୍ୟତର ନେତୃତ୍ୱ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ।
ନମନୀୟତା, ଆନ୍ତଃ-ଶୃଙ୍ଖଳିତ ଶିକ୍ଷା ଏବଂ ଶିଳ୍ପ ସମନ୍ୱୟ ଉପରେ ଧ୍ୟାନ ଦେଇ ଆଇଆଇଏମ ସମ୍ବଲପୁରର ବି.ଏସ. ପାଠ୍ୟକ୍ରମ ସ୍ନାତକ ଶିକ୍ଷାରେ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଛାତ୍ରଛାତ୍ରୀଙ୍କୁ ଡାଟା, ନବସୃଜନ, ପ୍ରଶାସନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ବୃତି ଗଠନ ପାଇଁ ପ୍ରସ୍ତୁତ କରିବ।
୨୦୨୬ ଶିକ୍ଷାବର୍ଷ ପାଇଁ ଆବେଦନ ପ୍ରକ୍ରିୟା ବର୍ତମାନ ଆରମ୍ଭ ହୋଇଛି। ଅଧିକ ବିବରଣୀ ପାଇଁ ଦୟାକରି ପରିଦର୍ଶନ କରନ୍ତୁ: https://iimsambalpur.ac.in ଯୋଗ୍ୟତା ଏବଂ ଆଡମିଶନ ପ୍ରକ୍ରିୟା ପାଇଁ -
ଡାଟା ସାଇନ୍ସ ଏଣ୍ଡ ଏ.ଆଇ. ରେ ବି.ଏସ. ଆଡମିଶନ ଜେ.ଇ.ଇ. (ମେନ୍) ୨୦୨୬ ସ୍କୋର ଏବଂ ସର୍ବନିମ୍ନ ୬୦% ମାର୍କ (ଏସ.ସି., ଏସ.ଟି., ଓ.ବି.ସି.-ଏନ.ସି.ଏଲ., ପି.ଡବ୍ଲୁ.ଡି., ଇ.ଡବ୍ଲୁ.ଏସ. ପାଇଁ ୫୫%) ଉପରେ ଆଧାରିତ।
ମ୍ୟାନେଜମେଂଟ ଏଣ୍ଡ ପବ୍ଲିକ ପଲିସି ରେ ବି.ଏସ.: ଆଡମିଶନ ଆଇ.ପି.ଏମ.ଏ.ଟି. ୨୦୨୬ ସ୍କୋର ଆଇ.ଆଇ.ଏମ. ଇନ୍ଦୋର ଦ୍ୱାରା ପରିଚାଳିତ ଏବଂ ସର୍ବନିମ୍ନ ୬୦% ମାର୍କ ଏସ.ସି., ଏସ.ଟି., ଓ.ବି.ସି.-ଏନ.ସି.ଏଲ., ପି.ଡବ୍ଲୁ.ଡି., ଇ.ଡବ୍ଲୁ.ଏସ. ପାଇଁ ୫୫% ଉପରେ ଆଧାରିତ। ବ୍ୟକ୍ତିଗତ ସାକ୍ଷାତକାରରେ ମନୋନୀତ ପ୍ରାର୍ଥୀମାନଙ୍କୁ ଏକ ଅନଲାଇନ୍ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ହାଜର ହେବାକୁ ପଡ଼ିବ।
ଆବେଦନ ସ୍ଥିତି- ୨୦୨୬ ବ୍ୟାଚ୍ ପାଇଁ ଆବେଦନ ପ୍ରକ୍ରିୟା ଖୋଲା ଅଛି। ପାଠ୍ୟକ୍ରମ ଶୁଳ୍କ ଅନୁଯାୟୀ
ଉଭୟ ପାଠ୍ୟକ୍ରମ ପାଇଁ ଚାରି ବର୍ଷର ୮ ସେମିଷ୍ଟାର ସମୁଦାୟ ଶୁଳ୍କ ପ୍ରାୟ ୨୫ ଲକ୍ଷ ଟଙ୍କା ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଏହା ପରିବର୍ତନ ସାପେକ୍ଷ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ